Odisha Link
Bridging the Missing Links in Odisha

କୁନୋ ଜାତୀୟ ଉଦ୍ୟାନରୁ କମୁଛି ଚିତା ସଂଖ୍ୟା, ନାମିବିଆରୁ ଆସିଥିବା ଚିତାବାଘ ‘ଧୀରା’ର ମୃତ୍ୟୁ

ବର୍ତ୍ତମାନ ମୃତ୍ୟୁ ହୋଇଥିବା ଚିତା 'ଧୀରା'ର ଅସୁସ୍ଥତା ନୁହେଁ ବରଂ ଅନ୍ୟ ଚିତା ସହ ଲଢେଇ କାରଣରୁ ମୃତ୍ୟୁ ହୋଇଛି।

ଓଏଲ୍‌ ବ୍ୟୁରୋ: ନାମିବିଆରୁ ଆସିଥିବା ଚିତାବାଘ ଧୀରାର ମୃତ୍ୟୁ ଖବର ସାମ୍ନାକୁ ଆସିଛି। ପୂର୍ବରୁ ଦୁଇଟି ଚିତାବାଘ ମୃତ୍ୟୁ ହୋଇଥିବାବେଳେ ବର୍ତମାନ କୁନୋ ଅଭୟାରଣ୍ୟରେ ଆଉ ଏକ ଚିତାର ମୃତ୍ୟୁ ହୋଇଛି। ପୂର୍ବରୁ ଦକ୍ଷିଣ ଆଫ୍ରିକାରୁ ଆସିଥିବା ପୁରୁଷ ଚିତା ଉଦୟର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ମୃତ୍ୟୁ ହୋଇଥିବା ଚିତା ‘ଧୀରା’ର ଅସୁସ୍ଥତା ନୁହେଁ ବରଂ ଅନ୍ୟ ଚିତା ସହ ଲଢେଇ କାରଣରୁ ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ, ଗତବର୍ଷ ଆଫ୍ରିକା ମହାଦେଶର ନାମିବିଆରୁ ଆସିଥିବା ୮ଟି ଚିତା ମଧ୍ୟରୁ ପ୍ରଥମେ ଗୋଟିଏ ଚିତାର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ଆଉ ୨ଟି ଚିତାର ମୃତ୍ୟୁ ହୋଇଛି। କୁନୋ ଜାତୀୟ ଉଦ୍ୟାନରେ ଛଡାଯାଇଥିବା ଏହି ୮ ଚିତା ମଧ୍ୟରୁ ମାଈ ଚିତା ଶାଶାର ମୃତ୍ୟୁ ହୋଇଥିଲା। ଗତ ଜାନୁଆରୀ ୨୩ ତାରିଖରୁ ସେ ଅସୁସ୍ଥ ଥିଲା। କିଡନୀ ଜନିତ ସମସ୍ୟାରେ ପଡ଼ିତ ଥିଲା ଚିତା ଶାଶା। ତାକୁ ଚିକିତ୍ସା ପାଇଁ କ୍ୱାରେଣ୍ଟିନ୍ ଏନକ୍ଲୋଜରକୁ ପଠାଯାଇଥିଲା। ଚିକିତ୍ସା ପାଇଁ ମଧ୍ୟପ୍ରଦେଶ ସରକାର ଏକ ଏମର୍ଜେନ୍ସି ମେଡିକାଲ ଟିମ୍ ପଠାଇଥିଲେ।

Leave A Reply

Your email address will not be published.