Odisha Link
Bridging the Missing Links in Odisha

ଉମେଶ ପାଲ ହତ୍ୟାକାଣ୍ଡ ଘଟଣା: ସାମ୍ନାକୁ ଆସିଲା ଅଭିଯୁକ୍ତ ଗୁଡ୍ଡୁ ମୁସଲିମର ଭିଡିଓ

ବହୁଚର୍ଚ୍ଚିତ ଉମେଶ ପାଲ ହତ୍ୟାକାଣ୍ଡ ଘଟଣାର ୧୦ ଅଭିଯୁକ୍ତଙ୍କ ଭିତରୁ ଅନ୍ୟତମ ଗୁଡ୍ଡୁ ମୁସଲିମ୍।

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ଉମେଶ ପାଲ ହତ୍ୟାକାଣ୍ଡ ଘଟଣାକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି। ହତ୍ୟାକାଣ୍ଡ ଘଟଣାର ସମ୍ପୃକ୍ତ ଥିବା ଅଭିଯୁକ୍ତ ଗୁଡ୍ଡୁ ମୁସଲିମର ଏକ ଭିଡିଓ ଭାଇରାଲ ହୋଇଛି। ସିସିଟିଭି ଫୁଟେଜରେ ଗୁଡ୍ଡୁ ମୁସଲିମ୍ ଚାଲି ଚାଲି ପାହଚରୁ ଓହ୍ଲାଇ ଆସୁଥିବାର ଦେଖିବାକୁ ମିଳିଛି। ତେବେ ଏହି ଭିଡିଓଟି ଓଡିଶା, ବରଗଡର କି ନୁହେଁ ତାହା ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରିନାହିଁ।

ଚର୍ଚ୍ଚିତ ଉମେଶ ପାଲ ହତ୍ୟାକାଣ୍ଡ ଘଟଣାର ୧୦ ଅଭିଯୁକ୍ତଙ୍କ ଭିତରୁ ଅନ୍ୟତମ ଗୁଡ୍ଡୁ ମୁସଲିମ୍। ୟୁପିର କୁଖ୍ୟାତ ଅପରାଧୀ ଗୁଡ୍ଡୁ ମୁସଲିମ୍ ଅତିକର ଖାସ୍ ଲୋକ ଥିଲା। ବୋମା ତିଆରି କରିବାରେ ମାହିର ଗୁଡ୍ଡୁ ମୁସଲିମ୍। ଗତକିଛି ଦିନ ହେବ ଠିକଣା ବଦଳାଇ ଚକମା ଦେଉଛି ଗୁଡ୍ଡୁ। ଗ୍ୟାଙ୍ଗଷ୍ଟର ଅତିକର ଅନୁଗତ ଥିଲା ଗୁଡ୍ଡୁ। ୟୁପିରେ ବଡ ମାଫିଆ ଭାବେ ପରିଚିତ।

ପୂର୍ବରୁ ଓଡ଼ିଶାରେ ଗୁଡୁ ମୁସଲିମ ୧୨ ଦିନ ଧରି ଥିବା ଚର୍ଚ୍ଚା ଜୋର ଧରିଥିଲା। ଏପ୍ରିଲ ୨ରୁ ୧୩ ତାରିଖ ପର୍ଯ୍ୟନ୍ତ ୧୨ ଦିନ ଧରି ବରଗଡ଼ରେ ଲୁଚିଥିଲା ଗୁଡୁ ମୁସଲିମ୍‌। ୟୁପିରେ ଉମେଶ ପାଲ ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ ଗୁଡ୍ଡୁ ମୁସଲିମ ଆସି ଓଡ଼ିଶାରେ ଲୁଚିଥିଲା। ଗୁଡ୍ଡୁ ମୁସଲିମ ଏବେ ନିଜର ଚେହେରା ବଦଳାଇଥିବା ବେଳେ ଦାଢି ବଢାଇଥିବା ଜଣାପଡ଼ିଛି। ପୁଲିସ ନଜରରୁ ଖସିବା ପାଇଁ ନାନା ପଇଁତରା ମାରୁଛି ଗୁଡ୍ଡୁ ମୁସଲିମ୍‌।

Leave A Reply

Your email address will not be published.