Odisha Link
Bridging the Missing Links in Odisha

ନବୀନ-ନୀତିଶ ଭେଟଘାଟ, ରାଜନୈତିକ ଚର୍ଚ୍ଚାକୁ ନେଇ ମୁହଁ ଖୋଲିଲେ ଦୁଇ ମୁଖିଆ

ନବୀନ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି, ଏହି ଭେଟଘାଟରେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇନାହିଁ।

ଓଏଲ୍‌ ବ୍ୟୁରୋ: ବିହାର ମୁଖ୍ୟମନ୍ତ୍ରୀ ଦିନିକିଆ ଓଡ଼ିଶା ଗସ୍ତରେ ଆସି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖି ବୟାନ ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ବିହାର ନୀତୀଶ କୁମାର। ସେ ଆହୁରି ମଧ୍ୟ କହିଛନ୍ତି ସମୟ ଆସିଲେ ସବୁ ଜଣାପଡିବ। ସେପଟେ ବିହାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ନବୀନ କହିଛନ୍ତି ଆମେ ପୁରୁଣା ବନ୍ଧୁ। ବହୁ ଦିନ ପରେ ଏକାଠି ବସି ଆଲୋଚନା କରିଛୁ। ନବୀନ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି, ଏହି ଭେଟଘାଟରେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇନାହିଁ।

ଖବର ଅନୁସାରେ, ବିହାର ମୁଖ୍ୟମନ୍ତ୍ରୀ ଓ ବିଜେଡି ସୁପ୍ରିମୋଙ୍କ ଭେଟଘାଟକୁ ନେଇ ରାଜନୈତିକ ଚର୍ଚ୍ଚା ହେଉଥିବାବେଳେ ଏଥିରେ ଏକ ପ୍ରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଦୁଇ ମୁଖିଆ। ପୁରୀରେ ବିହାରରୁ ଆସୁଥିବା ଯାତ୍ରୀଙ୍କ ପାଇଁ ବିହାର ଭବନ ବାବଦକୁ ଦେଢ ଏକର ଜମି ପ୍ରଦାନ କରାଯିବା ନେଇ ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି ବୋଲି ନବୀନ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଏପରିକି ପୁରୀରେ ବିହାର ଭବନ ପାଇଁ ମାଗଣାରେ ଜମି ପ୍ରଦାନ କରାଯିବ ବୋଲି କହିଛନ୍ତି ନବୀନ। ଏହା ସମ୍ପୂର୍ଣ୍ଣ ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି କହିଛନ୍ତି ନବୀନ।

ଅନ୍ୟପଟେ ନୀତିଶ କହିଛନ୍ତି, ଏହାପୂର୍ବରୁ ଅନେକଥର ମୁଁ ଏଠାକୁ ଆସିଛି। କିନ୍ତୁ କରୋନା କାରଣରୁ ଦୀର୍ଘ ଦିନ ହେବ ଦେଖା ହୋଇନଥିଲା। ତେଣୁ ଆସିବାକୁ ଇଚ୍ଛା କରି ଚାଲି ଆସିଲି ବୋଲି କହିଛନ୍ତି ନୀତିଶ। ତେବେ ନବୀନ-ନୀତିଶ ଭେଟଘାଟକୁ ନେଇ ରାଜନୈତିକ ଚର୍ଚ୍ଚା ବଦଳରେ ସୌଜନ୍ୟମୂଳକ କେବଳ ସେତିକି ନୁହେଁ ଆଜି ନବୀନ ନିବାସରେ ଦୁଇ ମୁଖ୍ୟମନ୍ତ୍ରୀ ଏକାଠି ମଧ୍ୟାହ୍ନ ଭୋଜନ ମଧ୍ୟ କରିଛନ୍ତି। ନବୀନ ନିବାସରେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ଭେଟଘାଟ୍‌ ସମୟରେ ପରସ୍ପରକୁ ଉପହାର ଦେଇ ସମ୍ବର୍ଦ୍ଧିତ କରିଛନ୍ତି ନବୀନ-ନୀତୀଶ।

Leave A Reply

Your email address will not be published.