Odisha Link
Bridging the Missing Links in Odisha

ଆଜି ପ୍ରକାଶ ପାଇବ ସିବିଏସଇ ଦଶମ ଓ ଦ୍ୱାଦଶ ରେଜଲ୍ଟ

ଉମଙ୍ଗ ଆପ୍ ଓ ଡିଜି ଲକର୍‌ରେ ବି ବାହାରିବ ଦଶମ ଓ ଦ୍ୱାଦଶ ରେଜଲ୍ଟ

ଓଏଲ୍‌ ବ୍ୟୁରୋ: ଆଜି ଗୋଟିଏ ଦିନରେ ପ୍ରକାଶ ପାଇବ ସିବିଏସଇ ଦଶମ ଓ ଦ୍ୱାଦଶ ରେଜଲ୍ଟ। ସକାଳ ୧୦ଟାରେ ଦଶମ ଓ ଦିନ ୧୨ଟାରେ +୨ ରେଜଲ୍ଟ ପ୍ରକାଶ ପାଇବ। ଅନଲାଇନରେ ପ୍ରକାଶ ପାଇବ ଉଭୟ ପରୀକ୍ଷା ଫଳ। cbseresults.nic.in ରେ ପ୍ରକାଶ ପାଇବ ରେଜଲ୍ଟ। ଉମଙ୍ଗ ଆପ୍ ଓ ଡିଜି ଲକର୍‌ରେ ବି ବାହାରିବ ଦଶମ ଓ ଦ୍ୱାଦଶ ରେଜଲ୍ଟ। ସିବିଏସଇ ଦଶମ ପରୀକ୍ଷା ଦେଇଛନ୍ତି ୩୮,୮୩,୭୧୦ ଛାତ୍ର ଛାତ୍ରୀ ଓ ଦ୍ବାଦଶ ପରୀକ୍ଷା ଦେଇଛନ୍ତି ୧୬,୯୬,୭୭୦ ଛାତ୍ରଛାତ୍ରୀ। ତେବେ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ସିବିଏସଇ ୱେବସାଇଟରେ ଉପଲବ୍ଧ ହେବ।

Leave A Reply

Your email address will not be published.