Odisha Link
Bridging the Missing Links in Odisha

ଅସହ୍ୟ ହେଉଛି ତାତି, ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର

ତାତି ବଢ଼ିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଦେଇଛି।

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ବଢ଼ିବାରେ ଲାଗିଛି ତାପମାତ୍ରା। ପୁଣି ଅସହ୍ୟ ହେଲାଣି ତାତି। ଆହୁରି ମଧ୍ୟ ଅତ୍ୟଧିକ ତାତି ଅନୁଭୂତ ହେବ ବୋଲି ସୂଚନା ମିଳିଛି। ୨ରୁ ୩ ଡିଗ୍ରୀ ଯାଏ ବଢ଼ିବ ଦିନ ତାପମାତ୍ରା। କିଛି ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ରହିବ ପାରଦ। ୪ରୁ ୫ ଦିନ ପାଇଁ ପାରଦ ଉପରମୁହାଁ ରହିବ। ତାତି ବଢ଼ିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଦେଇଛି।

ଗତକାଲି ସମ୍ବଲପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ଗଣନା ହୋଇଥିବାବେଳେ ଆଜି ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡାରେ ସର୍ବାଧିକ ତାପମାତ୍ର ରେକର୍ଡ କରାଯାଇଛି। ଝାରସୁଗୁଡାରେ ୪୧.୨ ଡ଼ିଗ୍ରୀ, ସମ୍ବଲପୁରରେ ୩୯.୦ ଡ଼ିଗ୍ରୀ, ହୀରାକୁଦରେ ୩୭.୮ ଡ଼ିଗ୍ରୀ, ଭୁବନେଶ୍ୱରରେ ୩୬.୬ ଡ଼ିଗ୍ରୀ, କେନ୍ଦୁଝରରେ ୩୬.୬ ଡ଼ିଗ୍ରୀ, ଚାନ୍ଦବାଲିରେ ୩୫.୪ ଡ଼ିଗ୍ରୀ, ପାରାଦ୍ୱୀପରେ ୩୩.୮ ଡ଼ିଗ୍ରୀ, ପୁରୀରେ ୩୩.୬ ଡ଼ିଗ୍ରୀ, ବାଲେଶ୍ୱରରେ ୩୩.୪ ଡ଼ିଗ୍ରୀ, ଗୋପାଳପୁରରେ ୩୩.୦ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।