Odisha Link
Bridging the Missing Links in Odisha

ରିଲିଜ୍ ହେଲା ଓଡ଼ିଆ ଫିଲ୍ମ ‘ଫାଲଗୁନ ଚୈତ୍ର’, ଚଳଚ୍ଚିତ୍ରରେ ଓଡ଼ିଆ ଭାଷା ଓ ପରମ୍ପରାର ମହକ

ଚଳଚିତ୍ରରେ ଓଡ଼ିଆ ପରମ୍ପରା ଏବଂ ଓଡ଼ିଆ ଭାଷାର ମହକ ଦେଖିବାକୁ ମିଳିଛି।

ଓଏଲ୍‌ ବ୍ୟୁରୋ: ଜାତୀୟ ଓ ଅନ୍ତର୍ଜାତୀୟ ସ୍ଥରରେ ରିଲିଜ୍ ହେଲା ଓଡ଼ିଆ ଫିଲ୍ମ ଫାଲଗୁନ ଚୈତ୍ର। ୮ଟି ଦେଶରେ ରିଲିଜ୍ ହୋଇଛି ଏହି ସିନେମା। ବଦଳୁଛି ଓଡ଼ିଆ ଫିଲ୍ମର ଢ଼ାଞ୍ଚା। ଚିରାଚରିତ ଧାରାରୁ ବାହାରକୁ ଆସି ରିଲିଜ ହୋଇଛି ଫିଲ୍ମ ଫାଲଗୁନ ଚୈତ୍ର। ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରଥମ ଥର ପାଇଁ ରିଲିଜ ହୋଇଛି ଏହି ଫିଲ୍ମ। ସମ୍ପୂର୍ଣ୍ଣ ଓଡ଼ିଆ ପରିବାରର କାହାଣୀକୁ ନେଇ ଫିଲ୍ମଟି ତିଆରି ହୋଇଛି। ସୁଲେଖିକା ସୁଲଗ୍ନା ମହାନ୍ତି ଏହି ରଚନା କରିଥିବା ବେଳେ ଶକ୍ତି ଜଗଦେବ ଏହାର ପ୍ରଯୋଜନା ଭାର ତୁଲାଇଛନ୍ତି।

ଚଳଚ୍ଚିତ୍ରର ସଂଗୀତ ଅତ୍ୟନ୍ତ ସୁମଧୁର ଏବଂ ସୁନ୍ଦର ଓଡ଼ିଆ ଭାଷାରେ ତିଆରି। ଅନ୍ୟପଟେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ଶିଶିର କୁମାର ସାହୁ ଏବଂ ପିନାକୀ ସିଂ। ତେବେ ଏହି ଫିଲ୍ମଟି କେବଳ ଓଡ଼ିଆ ଭାଷାରେ ଓଡ଼ିଶାରେ ନୁହେଁ ଓଡ଼ିଆ ଭାଷାରେ ଅଷ୍ଟ୍ରେଲିଆ ସମେତ ଅନ୍ୟ ୮ଟି ଦେଶରେ ରିଲିଜ ହେଉଛି। ଚଳଚିତ୍ରରେ ଓଡ଼ିଆ ପରମ୍ପରା ଏବଂ ଓଡ଼ିଆ ଭାଷାର ମହକ ଦେଖିବାକୁ ମିଳିଛି। ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ଅଭିନେତ୍ରୀ ଭାସ୍ୱତୀ ବସୁ। ପ୍ରଥମ ଦିନର ପ୍ରଥମ ସୋ’ରେ ଚଳଚ୍ଚିତ୍ରଟି ଖୁବ ଭଲପାଇବା ସାଉଁଟିଛି। ତେବେ ଆଗାମୀ ଦିନରେ ଦର୍ଶକ ଏହି ଓଡ଼ିଆ ଚଳଚ୍ଚିତ୍ରକୁ କେତେ ଭଲ ପାଇବା ଦେଉଛନ୍ତି ତାହା ଦେଖିବା ବାକି ରହିଲା।

Leave A Reply

Your email address will not be published.