Odisha Link
Bridging the Missing Links in Odisha

ପ୍ରମିଳା ମଲ୍ଲିକଙ୍କୁ ତିନି ବିଭାଗ

ବିକ୍ରମଙ୍କ ପରେ ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମଧ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ଓଏଲ୍‌ ବ୍ୟୁରୋ: ପ୍ରମିଳା ମଲ୍ଲିକଙ୍କୁ ମିଳିଲା ଦୁଇଟି ନୂଆ ଦାଇତ୍ୱ। ଗତକାଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ତାଙ୍କ ଦାଇତ୍ୱ ଭାର କାହାକୁ ଯିବ ପ୍ରଶ୍ନ ସୃଷ୍ଟି ହେଉଥିଲା। ରାଜ୍ୟ ସରକାର ଏହି ଦାଇତ୍ୱ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଦେଇଛନ୍ତି।

ଖବର ଅନୁସାରେ, ଗତକାଲି ବିଧାନସଭାର ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ବିକ୍ରମ କେଶରୀ ଆରୁଖ। ବିକ୍ରମଙ୍କ ପରେ ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମଧ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଯାହାକୁ ନେଇ ଅନେକ ଚର୍ଚ୍ଚା ସୃଷ୍ଟି ହୋଇଛି।

Leave A Reply

Your email address will not be published.