Odisha Link
Bridging the Missing Links in Odisha

‘କର୍ଣ୍ଣାଟକରେ ଘୃଣାର ବଜାର ବନ୍ଦ ହୋଇ ସ୍ନେହର ଦୋକାନ ଖୋଲିଲା’

ଯେଉଁ ପ୍ରମୁଖ ୫ଟି ପ୍ରତିଶ୍ରୁତି ଦିଆଯାଇଥିଲା ତାହା ସରକାର ଗଠନ ହେବାର ପ୍ରଥମ ବୈଠକରେ ପୁରଣ କରାଯିବ।

ଓଏଲ୍‌ ବ୍ୟୁରୋ: କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସ ବହୁମତ ପାଇବ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। କଂଗ୍ରେସ କର୍ମୀମାନେ ବିଜୟ ଉତ୍ସବ ପାଳନ କରୁଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, କର୍ଣ୍ଣାଟକର ଜନତା ଦେଖାଇ ଦେଇଛନ୍ତି କି ଭାରତରେ ସ୍ନେହ ପ୍ରେମ ସମସ୍ତଙ୍କୁ ଭଲ ଲାଗେ। କର୍ଣ୍ଣାଟକରେ ଘୃଣାର ବଜାର ବନ୍ଦ ହୋଇ ସ୍ନେହର ଦୋକାନ ଖୋଲିଥିବା କଥା ସେ କହିଛନ୍ତି।

ଏହାସହ କଂଗ୍ରେସର ବିଜୟ ପାଇଁ ସେ କର୍ଣ୍ଣାଟକବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। କେବଳ ସେତିକି ନୁହେଁ ଆଜି ସାମ୍ବାଦିକ ସମ୍ମିଳନୀ କରି ରାହୁଲ ଗାନ୍ଧୀ ବଡ ଘୋଷଣା କରିଛନ୍ତି। ସେ କହିଛନ୍ତି କି, ନିର୍ବାଚନ ବେଳେ କଂଗ୍ରେସ ତରଫରୁ କର୍ଣ୍ଣାଟକବାସୀଙ୍କୁ ଯେଉଁ ପ୍ରମୁଖ ୫ଟି ପ୍ରତିଶ୍ରୁତି ଦିଆଯାଇଥିଲା ତାହା ସରକାର ଗଠନ ହେବାର ପ୍ରଥମ ବୈଠକରେ ପୁରଣ କରାଯିବ।

ସୂଚନା ଅନୁସାରେ, କର୍ଣ୍ଣାଟକରେ କଂଗ୍ରେସ ୧୦୯ ଟି ଆସନରେ ବିଜୟୀ ହୋଇଥିବା ବେଳେ ୨୮ ଟି ଆସନରେ ଆଗୁଆ ଚାଲିଛି। ଦଳକୁ ସରକାର ଗଠନ କରିବାକୁ ହେଲେ ୧୧୩ ଜଣ ବିଧାୟକ ଆବଶ୍ୟକ ଥିବା ବେଳେ କଂଗ୍ରେସ ଏହି ସଂଖ୍ୟା ହାତେଇବାରେ ସଫଳ ହେବାକୁ ଯାଉଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କର୍ଣ୍ଣାଟକରେ ବିଜୟକୁ କର୍ଣ୍ଣାଟକବାସୀଙ୍କ ବିଜୟ ବୋଲି କହିଛନ୍ତି। କଂଗ୍ରେସର ଏହି ବିଜୟକୁ ନେଇ ବେଶ ଖୁସି ଅଛନ୍ତି କଂଗ୍ରେସ କର୍ମୀ।

Leave A Reply

Your email address will not be published.