Odisha Link
Bridging the Missing Links in Odisha

ମାର୍କେଟ ବିଲ୍ଡିଂରେ ଉଠାଦୋକାନ ଉଚ୍ଛେଦକୁ ନେଇ ଉତ୍ତେଜନା, ପୁଲିସ ମୁତୟନ

ପୂର୍ବରୁ କୌଣସି ସୂଚନା ନ ଦେଇ ଓ ଥଇଥାନ କରାନଯାଇ ଉଚ୍ଛେଦ କରାଯାଉଥିବାରୁ ଉଠାଦୋକାନୀମାନେ ବିରୋଧ କରୁଛନ୍ତି।

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଉଠା ଦୋକାନୀଙ୍କୁ ଉଚ୍ଛେଦ ନେଇ ଉତ୍ତେଜନା ସୃଷ୍ଟି ହୋଇଥିବା ଖବର ସାମ୍ନାକୁ ଆସିଛି। ମାର୍କେଟ ବିଲ୍ଡିଂରେ ଉଠାଦୋକାନୀଙ୍କୁ ଉଚ୍ଛେଦ କରିବା ନେଇ ଏହି ଉତ୍ତେଜନା ଦେଖିବାକୁ ମିଳିଛି। ବିଏମସି କେଶରୀ ମଲ ସାମନାରେ ଏହି ଉତ୍ତେଜନା ଦେଖିବାକୁ ମିଳିଥିବା ବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବିଏମସି ବେଖାତିର କରୁଥିବା ଅଭିଯୋଗ ହୋଇଛି।

ଏପରିକି ଏହି ଉଚ୍ଛେଦ ସମୟରେ ମହିଳା ଦୋକାନୀଙ୍କୁ ବିଏମସି ଅଧିକାରୀ ଦୁର୍ବ୍ୟବହାର କରିଥିବା ମଧ୍ୟ ଅଭିଯୋଗ ହୋଇଛି। ମହିଳା ଉଠା ଦୋକାନୀଙ୍କୁ ବାସନ ମାଜିବାକୁ ବିଏମସି ଅଧିକାରୀ କହିଥିବା ମଧ୍ୟ ଅଭିଯୋଗ ହୋଇଛି। ଏନେଇ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ତେବେ ପୂର୍ବରୁ କୌଣସି ସୂଚନା ନ ଦେଇ ଓ ଥଇଥାନ କରାନଯାଇ ଉଚ୍ଛେଦ କରାଯାଉଥିବାରୁ ଉଠାଦୋକାନୀମାନେ ବିରୋଧ କରୁଛନ୍ତି।

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବିଏମସି ବେଖାତିର କରୁଥିବା ଅଭିଯୋଗ କରିଛନ୍ତି ଉଠାଦୋକାନୀ। ଘଟଣା ସ୍ଥଳରେ ବିଏମସିର ଏନଫୋର୍ସମେଣ୍ଟ ଟିମ ସହ ପୁଲିସ ଉପସ୍ଥିତ। ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଆ ନହେଲେ ବାସଭବନ ଘେରାଉ କରିବାକୁ ଉଠାଦୋକାନୀମାନେ ଚେତବାନୀ ଦେଇଛନ୍ତି।

Leave A Reply

Your email address will not be published.