Odisha Link
Bridging the Missing Links in Odisha

ଆହତ ହେଲେ ଅଭିନେତ୍ରୀ ଅଦା ଶର୍ମା, ‘ଦ କେରଳ ଷ୍ଟୋରୀ’ ପାଇଁ ପୂର୍ବରୁ ମିଳିଥିଲା ହତ୍ୟା ଧମକ

ଅନେକ ଏହାକୁ ସମର୍ଥନ ଜଣାଉଥିବାବେଳେ ଅନେକ ଘୋର ବିରୋଧ କରୁଛନ୍ତି।

ଓଏଲ୍‌ ବ୍ୟୁରୋ: ନିକଟରେ ପ୍ରେକ୍ଷାଳୟରେ ରିଲିଜ୍‌ ହୋଇଥିବା ବଲିଉଡ ଫିଲ୍ମ ‘ଦ କେରଳ ଷ୍ଟୋରୀ’କୁ ନେଇ ଚର୍ଚ୍ଚା। ଗୋଟିଏ ପଟେ ଚଳଚ୍ଚିତ୍ରଟି ବକ୍ସ ଅଫିସରେ କମାଲ କରୁଥିବା ବେଳେ ଅନ୍ୟପଟେ ବିବାଦରେ ଛନ୍ଦି ହୋଇ ଅଧିକ ଚର୍ଚ୍ଚାରେ ରହିଛି ‘ଦ କେରଳ ଷ୍ଟୋରୀ’। ‘ଦ କେରଳ ଷ୍ଟୋରୀ’ ରିଲିଜ ହେବା ପରେ ଏହାର କଣ୍ଟେଣ୍ଟକୁ ନେଇ ବିବାଦ ଥମିବାର ନାଁ ନେଉନି। ଅନେକ ଏହାକୁ ସମର୍ଥନ ଜଣାଉଥିବାବେଳେ ଅନେକ ଘୋର ବିରୋଧ କରୁଛନ୍ତି।

ଅନ୍ୟପଟେ, ଦ କେରଳ ଷ୍ଟୋରୀର ଲିଡ୍ ଅଭିନେତ୍ରୀ ଅଦା ଶର୍ମା ସଡକ ଦୁର୍ଘଟଣାରେ ଆହତ ହୋଇଛନ୍ତି। ଦୁର୍ଘଟଣା ଖବର ମିଳିବା ପରେ ତାଙ୍କ ଫ୍ୟାନମାନେ ତାଙ୍କ ଆରୋଗ୍ୟ କାମନା କରି ପ୍ରାର୍ଥନା କରିଥିଲେ। ଏହାପରେ ଅଦା ଶର୍ମା ନିଜେ ଟ୍ୱିଟ କରି ନିଜ ସ୍ୱାସ୍ଥ୍ୟବସ୍ଥାର ଅପଡେଟ ଦେଇଥିଲେ। ସେ ସୁସ୍ଥ ଥିବା କଥା ଜାଣିବା ପରେ ଫ୍ୟାନମାନେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି। ତେବେ ଗତ କିଛିଦିନ ତଳେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ମଧ୍ୟ ମିଳିଥିଲା।

ଖବର ଅନୁସାରେ, ମଧ୍ୟପ୍ରଦେଶରେ ‘ଦ କେରଳ ଷ୍ଟୋରୀ’ ଚଳଚ୍ଚିତ୍ରକୁ କରମୁକ୍ତ ଘୋଷଣା କରିଥିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ। ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ‘ଦ କେରଳ ଷ୍ଟୋରୀ’ ଫିଲ୍ମକୁ କରମୁକ୍ତ ଘୋଷଣା କରିଥିଲେ। ଏସବୁ ମଧ୍ୟରେ ପଶ୍ଚିମବଙ୍ଗରେ ବ୍ୟାନ୍‌ ହୋଇଛି ‘ଦ କେରଳ ଷ୍ଟୋରୀ’। ବିବାଦ ଭିତରେ ଫିଲ୍ମ ‘ଦ କେରଳ ଷ୍ଟୋରୀ’ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି। ଏହାକୁ ଦର୍ଶକଙ୍କ ଭରପୁର ସମର୍ଥନ ମିଳୁଛି।

Leave A Reply

Your email address will not be published.