Odisha Link
Bridging the Missing Links in Odisha

‘କାହିଁକି ଝାରସୁଗୁଡ଼ାରେ କମିଲା କଂଗ୍ରେସର ଭୋଟ, ଏନେଇ ତଦନ୍ତ କରିବ ୩ ଜଣିଆ କମିଟି’

ରିପୋର୍ଟ ଆସିବା ପରେ ଯାହା କହିବି ବୋଲି କହିଛନ୍ତି କଂଗ୍ରେସ ପିସିସି ସଭାପତି।

ଓଏଲ୍‌ ବ୍ୟୁରୋ: ଝାରସୁଗୁଡ଼ା ଉପ-ନିର୍ବାଚନରେ ବାଜିମାତ କରିଛି ବିଜେଡି। ହେଲେ କଂଗ୍ରେସ ବହୁତ କମ ଭୋଟ ପାଇଥିଲା। ଯାହାକୁ ନେଇ କଂଗ୍ରେସ ପିସିସି ସଭାପତି ନିଜର ପ୍ରତିକ୍ରିୟା ରଖିଛନ୍ତି। ୩ ଜଣିଆ କମିଟି ଝାରସୁଗୁଡ଼ା ଯିବ କହିଲେ ଶରତ ପଟ୍ଟନାୟକ। କାହିଁକି ଭୋଟ୍ କମିଲା ସେନେଇ ରିପୋର୍ଟ ଦେବ କମିଟି। ହାଇକମାଣ୍ଡ ଅବଗତ ଅଛନ୍ତି, ରିପୋର୍ଟ ଆସିବା ପରେ ଯାହା କହିବି ବୋଲି କହିଛନ୍ତି କଂଗ୍ରେସ ପିସିସି ସଭାପତି।

ଅନ୍ୟପଟେ, ଆଜି ଶପଥ ନେଇଛନ୍ତି ବିଧାୟିକା ଦୀପାଳି ଦାସ। ଶପଥ ପାଠ ଗ୍ରହଣ କରିବା ପରେ ଦୀପାଳି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ମୋ ବାପା ସବୁବେଳେ ଝାରସୁଗୁଡାର ବିକାଶ ପାଇଁ କାମ କରି ଆସୁଥିଲେ। ସ୍ୱାସ୍ଥ୍ୟ ଠାରୁ ଶିଳ୍ପ ପ୍ରତି କ୍ଷେତ୍ରରେ ଝାରସୁଗୁଡାର ବିକାଶ ପାଇଁ କାମ କରୁଥିଲେ। ଝାରସୁଗୁଡାର ନୂତନ ନିର୍ମାଣ ପାଇଁ ବାପା ଯେଉଁ ସ୍ୱପ୍ନ ଦେଖିଥିଲେ ତାହାକୁ ପୂରା କରିବି।

ମହିଳାଙ୍କ ପାଇଁ କିଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇପାରିବ ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ତାହା କରିବି। ଝାରସୁଗୁଡାର ମାଟିରେ ବିକାଶ ପୁରୁଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଦ ପଡିଛି। ଝାରସୁଗୁଡାରେ ସବୁବେଳେ ବିକାଶମୂଳକ କାମ ଜାରି ରହିବ ଏହା ମୋର ବିଶ୍ୱାସ ବୋଲି କହିଛନ୍ତି ଦୀପାଳି।

Leave A Reply

Your email address will not be published.