Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଝାରସୁଗୁଡ଼ା ପାଇଁ କାର୍ଯ୍ୟ କରିବି: ଦୀପାଳି ଦାସ

ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଝାରସୁଗୁଡ଼ା ପାଇଁ କାର୍ଯ୍ୟ କରିବି ବୋଲି ଦୀପାଳି ଦାସ ଶପଥ ନେବା ପରେ କହିଛନ୍ତି।

ଓଏଲ୍‌ ବ୍ୟୁରୋ: ବିଧାନସଭାରେ ଝାରସୁଗୁଡ଼ାର ନୂତନ ବିଧାୟିକା ଭାବେ ଶପଥ ଗ୍ରହଣ କରିଛନ୍ତି ଦୀପାଳି ଦାସ। ବିଧାୟିକା ଭାବେ ଇଶ୍ୱରଙ୍କ ନାଁରେ ଶପଥ ନେବା ପରେ ଦୀପାଳି କହିଛନ୍ତି, ସାମ୍ବିଧାନିକ ନୀତି ନିୟମ ଅନୁଯାୟୀ ଶପଥ ନେଇଛି। ସର୍ବଦା ଝାରସୁଗୁଡାବାସୀଙ୍କ ସେବା କରିବି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଦଳ ପାଇଁ ନିଷ୍ଠାର ସହ କାମ କରିବି। ବାପାଙ୍କ ବିକାଶମୂଳକ ସ୍ୱପ୍ନକୁ ପୂରା କରିବା ସହ ତାଙ୍କର ନାଁ ରଖିବି। ବାପାଙ୍କ ସଂସ୍କାର ଓ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ବଳରେ ସର୍ବଦା ଝାରସୁଗୁଡାବାସୀଙ୍କ ସେବାରେ ରହିଥିବି। ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଝାରସୁଗୁଡ଼ା ପାଇଁ କାର୍ଯ୍ୟ କରିବି ବୋଲି ଦୀପାଳି ଦାସ ଶପଥ ନେବା ପରେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ମୋ ବାପା ସବୁବେଳେ ଝାରସୁଗୁଡାର ବିକାଶ ପାଇଁ କାମ କରି ଆସୁଥିଲେ। ସ୍ୱାସ୍ଥ୍ୟ ଠାରୁ ଶିଳ୍ପ ପ୍ରତି କ୍ଷେତ୍ରରେ ଝାରସୁଗୁଡାର ବିକାଶ ପାଇଁ କାମ କରୁଥିଲେ। ଝାରସୁଗୁଡାର ନୂତନ ନିର୍ମାଣ ପାଇଁ ବାପା ଯେଉଁ ସ୍ୱପ୍ନ ଦେଖିଥିଲେ ତାହାକୁ ପୂରା କରିବି। ମହିଳାଙ୍କ ପାଇଁ କିଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇପାରିବ ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ତାହା କରିବି। ଝାରସୁଗୁଡାର ମାଟିରେ ବିକାଶ ପୁରୁଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଦ ପଡିଛି। ଝାରସୁଗୁଡାରେ ସବୁବେଳେ ବିକାଶମୂଳକ କାମ ଜାରି ରହିବ ଏହା ମୋର ବିଶ୍ୱାସ ବୋଲି କହିଛନ୍ତି ଦୀପାଳି।

Leave A Reply

Your email address will not be published.