Odisha Link
Bridging the Missing Links in Odisha

ଆଜିଠୁ ଭୁବନେଶ୍ବରରୁ ଦୁବାଇକୁ ଉଡ଼ିବ ବିମାନ, ପ୍ରଥମ ଯାତ୍ରାରେ ସାମିଲ ହେବେ ମିଶନ ଶକ୍ତି ସଦସ୍ୟା

ପ୍ରଥମ ଦିନରେ ଦୁବାଇ ଯାଉଛନ୍ତି ମିଶନ ଶକ୍ତି ସଦସ୍ୟା।

ଓଏଲ୍‌ ବ୍ୟୁରୋ: ଆଜିଠୁ ଭୁବନେଶ୍ବରରୁ ଦୁବାଇକୁ ସିଧାସଳଖ ଉଡ଼ିବ ବିମାନ। ପ୍ରଥମ ଦିନରେ ଦୁବାଇ ଯାଉଛନ୍ତି ମିଶନ ଶକ୍ତି ସଦସ୍ୟା। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଆଜି ସନ୍ଧ୍ୟା ୬ଟା ୩୦ ମିନିଟରେ ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ। ପ୍ରଥମ ଦିନରେ ଦୁବାଇ ଯିବାକୁ ସମସ୍ତ ଟିକେଟ ବୁକିଂ ହୋଇଯାଇଥିବା ସୂଚନା ମିଳିଛି।

ଖବର ଅନୁସାରେ, ପ୍ରଥମ ଦିନରେ ରାଜ୍ୟ ସରକାରଙ୍କ ୭୦ ଜଣିଆ ଟିମ ସହ ମୋଟ ୧୭୦ଜଣ ଦୁବାଇକୁ ଯାତ୍ରୀ ଯାତ୍ରା କରିବେ। ଯାତ୍ରୀମାନଙ୍କ ମଧ୍ୟରେ ମିଶନ ଶକ୍ତି ସଦସ୍ୟା, ଛାତ୍ରଛାତ୍ରୀ ଓ କ୍ରୀଡାବିତଙ୍କ ସମେତ କର୍ମଜୀବୀ ରହିଛନ୍ତି। ଇଣ୍ଡିଗୋ ଏୟାରଲାଇନ୍ସ ୧୮୦ ସିଟ ବିଶିଷ୍ଟ ୩୨୦ ଏୟାରବସ ସପ୍ତାହରେ ତିନି ଦିନ ସୋମବାର, ବୁଧବାର ଓ ଶୁକ୍ରବାର ଦୁବାଇକୁ ସିଧାସଳଖ ସେବା ଯୋଗାଇବ। ଗତ ଉତ୍କଳ ଦିବସରେ ଏଥିପାଇଁ ଅଗ୍ରୀମ ଟିକେଟ ବୁକିଂ ସେବାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ।

Leave A Reply

Your email address will not be published.