Odisha Link
Bridging the Missing Links in Odisha

ବିଧାନସଭାରେ ଝାରସୁଗୁଡାର ନୂତନ ବିଧାୟକ ଭାବେ ଶପଥ ନେଲେ ଦୀପାଳି ଦାସ

ମାଆ ଓ ଭାଇଙ୍କ ସହ ବିଧାନସଭା ଆସି ଶପଥ ନେଲେ ଦୀପାଳି ଦାସ।

ଓଏଲ୍‌ ବ୍ୟୁରୋ: ବହୁ ଚର୍ଚ୍ଚିତ ଝାରସୁଗୁଡା ଉପ-ନିର୍ବାଚନରେ ବିଜୟ ଲାଭ କରିଛନ୍ତି ଦୀପାଳି ଦାସ। ଦୀପାଳି ବିଜୟ ଲାଭ କରିବା ପରେ ଆଜି ବିଧାୟିକା ଭାବେ ଶପଥ ନେଲେ ଦୀପାଳି ଦାସ। ବିଧାନସଭାରେ ଶପଥ ପାଠ କରାଇଲେ ଉପବାଚସ୍ପତି। ମାଆ ଓ ଭାଇଙ୍କ ସହ ବିଧାନସଭା ଆସି ଶପଥ ନେଲେ ଦୀପାଳି ଦାସ।

ନିର୍ବାଚନ ପରେ ଭୋଟ ଗଣତିରେ ପ୍ରଥମ ରାଉଣ୍ଡରୁ ବିଜେଡି ଆଗୁଆ ରହିଥିବାବେଳେ ଶେଷ ରାଉଣ୍ଡରେ ବିଜୟ ମୁକୁଟ ପିନ୍ଧିଥିଲେ ଦୀପାଳି। ୧୯ଟି ରାଉଣ୍ଡରେ ମଧ୍ୟ ଦୀପାଳି ନିଜର ଟ୍ରେଣ୍ଡ ରଖି ବାଜିମାତ କରିଥିଲେ। ୪୮ ହଜାର ୬୧୯ ଖଣ୍ଡ ଭୋଟ ବ୍ୟବଧାନରେ ଝାରସୁଗୁଡା ଉପ-ନିର୍ବାଚନରେ ବାଜିମାତ କରିଥିଲା ବିଜେଡି।

Leave A Reply

Your email address will not be published.