Odisha Link
Bridging the Missing Links in Odisha

ଅଡୁଆରେ କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା, ବୋହୂ ଆଣିଲେ ସଙ୍ଗୀନ ଅଭିଯୋଗ

ସ୍ବାମୀ, ଶାଶୁ, ଶ୍ବଶୁରଙ୍କ ନାଁରେ ନିର୍ଯାତନା ଅଭିଯୋଗ ନେଇ ଥାନାରେ ଏତଲା ଦେଇଛନ୍ତି କେନ୍ଦ୍ରାପଡ଼ା ବିଧାୟକ ଶଶି ଭୂଷଣ ବେହେରାଙ୍କ ବୋହୂ ରୋନାଲି।

ଓଏଲ୍‌ ବ୍ୟୁରୋ: ଅଡୁଆରେ କେନ୍ଦ୍ରାପଡ଼ା ବିଧାୟକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା। ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ଶଶୀଭୂଷଣ ବେହେରାଙ୍କ ବୋହୂ। କେନ୍ଦ୍ରାପଡ଼ା ବିଧାୟକ ଶଶି ଭୂଷଣ ବେହେରାଙ୍କ ପୂରା ପରିବାର ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି ତାଙ୍କ ବୋହୂ। ବିଧାୟକ ଶଶି ଭୂଷଣ ବେହେରାଙ୍କ ବୋହୂ ରୋନାଲିଙ୍କ ଦ୍ଵାରା ଦିଆଯାଇଥିବା ଅଭିଯୋଗ ଆଧାରରେ ଥାନରେ କେସ ରୁଜୁ କରାଯାଇଛି। ସ୍ଵାମୀ, ଶାଶୁ, ଶ୍ବଶୁରଙ୍କ ନାଁରେ ନିର୍ଯାତନା ଅଭିଯୋଗ ନେଇ ଥାନାରେ ଏତଲା ଦେଇଛନ୍ତି କେନ୍ଦ୍ରାପଡ଼ା ବିଧାୟକ ଶଶି ଭୂଷଣ ବେହେରାଙ୍କ ବୋହୂ ରୋନାଲି।

ଶଶି ଭୂଷଣ ବେହେରାଙ୍କ ବୋହୂ ରୋନାଲିଙ୍କ ଅଭିଯୋଗ ଅନୁସାରେ, ଶଶିଭୂଷଣ, ତାଙ୍କ ପୁଅ ଓ ପତ୍ନୀଙ୍କ ଯୌତୁକ ନିର୍ଯାତନା ଓ ମାରପିଟ କରୁଥିଲେ। ବାହାଘର ପରେ ଶାଶୁଘର ଲୋକେ ୪୦ ଲକ୍ଷ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି। ଆହୁରି ମଧ୍ୟ ଶଶିଭୂଷଣଙ୍କ ପୁଅ ୪୦ ଲକ୍ଷ ମାଗି ମାରପିଟ କରୁଥିବା ଅଭିଯୋଗ କରିଛନ୍ତି ଶଶିଭୂଷଣଙ୍କ ବୋହୂ ରୋନାଲି। ୪୦ ଲକ୍ଷ ଦାବିରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଏତଲା। ଏନେଇ ଶ୍ବଶୁର ଶଶିଭୂଷଣଙ୍କୁ କହିବାରୁ ସେ ଗାଳିଗୁଲଜ କରିଥିବା ଏତଲା ଦେଇଛନ୍ତି ତାଙ୍କ ବୋହୂ।

କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରାଙ୍କ ବୋହୂଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି ବାଙ୍କୀ ଥାନା ପୁଲିସ। ଶଶିଭୂଷଣ, ପୁଅ ସତ୍ୟପ୍ରକାଶ, ପତ୍ନୀ ସୁପ୍ରଭାଙ୍କ ସହ ୫ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ପୁଲିସ। ଦଫା ୪୯୮(କ), ୨୯୪, ୫୦୬, ୩୪ ଆଇପିସିରେ ମାମଲା ରୁଜୁ ହୋଇଛି। ବିଧାୟକ ଶଶିଭୂଷଣ ବେହେରାଙ୍କ ବୋହୂଙ୍କ ଅଭିଯୋଗ ନେଇ ଶଶିଭୂଷଣ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

Leave A Reply

Your email address will not be published.