Odisha Link
Bridging the Missing Links in Odisha

ଅଦ୍ରିଜାଙ୍କ ଡିମାଣ୍ଡ ଆମ କାପାସିଟି ଠାରୁ ବହୁତ ଅଧିକ: ବିଜେଡି ନେତା ଅର୍କେଶ

ସେ ଘରକୁ ଯିବା ବହୁତ କମ୍‌, ମାସକେ ଥରେ ଦୁଇଥର କପଡ଼ା ପାଇଁ ଯାଏ।

ଓଏଲ୍‌ ବ୍ୟୁରୋ: ବଲାଙ୍ଗୀର ରାଜପରିବାର ବିରୋଧରେ ଆସିଥିଲା ସଙ୍ଗୀନ ଅଭିଯୋଗ। ଅଡ଼ୁଆରେ ବିଜେଡିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂ ଦେଓଙ୍କ ପରିବାର। ଅନଙ୍ଗ ଉଦୟ ସିଂ ଦେଓଙ୍କ ସାନପୁଅ ଅର୍କେଶ ସିଂ ଦେଓଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ ଅଦ୍ରଜିା ସିଂ। ତାଙ୍କ ଅଭିଯୋଗ ମୁତାବକ, ଅର୍କେଶଙ୍କ ସମେତ ତାଙ୍କ ଶ୍ବଶୁର ଘର ଲୋକେ ତାଙ୍କୁ ଯୌତୁକ ନିର୍ଯ୍ୟାତନା ସହ ମାରିପିଟ୍ କରୁଥିଲେ। ପତ୍ନୀ ଅଦ୍ରିଜାଙ୍କ ଅଭିଯୋଗ ଉପରେ ସ୍ବାମୀ ଅର୍କେଶ ନିଜର ପ୍ରତିକ୍ରିୟା ରଖିଛନ୍ତି।

ବିଜେଡି ନେତା ଅର୍କେଶ କହିଛନ୍ତି, ଛଅ ଆଠ ମାସ ହେଲା ଅଦ୍ରିଜା ମୋ ନାଁରେ ଘରୋଇ ହିଂସା ମାମଲା କରିଛନ୍ତି। କେସ୍‌ ଫାଇଲ ପରେ ମୁଁ ସେ ଘର ଛାଡ଼ି ଦେଇଛି। ସେ ଡିମାଣ୍ଡ ଆମ କାପାସିଟି ଠାରୁ ବହୁତ ଅଧିକ। ସେ ଘରେ ତାଙ୍କ ଭଉଣୀ ୨ ବର୍ଷ ହେଲା ରହୁଛନ୍ତି। ସେ ଘରକୁ ଯିବା ବହୁତ କମ୍‌, ମାସକେ ଥରେ ଦୁଇଥର କପଡ଼ା ପାଇଁ ଯାଏ। ମୁଁ କହିଛି ମାମଲା ବିଚାରାଧୀନ, କୋର୍ଟ ଯାହା ନିଷ୍ପତ୍ତି ନେବେ। କିନ୍ତୁ ସେ ପ୍ରେସର ପକାଉଛନ୍ତି, ତାଙ୍କର କିଛି ଜମି ମାଫିଆଙ୍କ ସହ ସମ୍ପର୍କ। ମୁଁ ତାଙ୍କ ବାପାଙ୍କୁ କହିଲି ଦଶ ଦଶଟା ଗୁଣ୍ଡା ଆଣି କାହିଁକି ଘରେ ପସଉଛନ୍ତି। ସେ କହିଲେ ଦଶଟା କଣ ଶହେ ଗୁଣ୍ଡା ନେଇକି ଆସିବି ବୋଲି କହିଛନ୍ତି ଅର୍କେଶ।

ଖବର ଅନୁସାରେ, ଅର୍କେଶଙ୍କ ସମେତ ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ଯୌତୁକ ନିର୍ଯାତନା ସହ ମାରିପିଟ୍ କରୁଥିବା ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ଅଦ୍ରିଜା। ଏନେଇ ସେ ଡେରାଡୁନ୍ ଥାନାରେ ଅଭିଯୋଗ କରିଛନ୍ତି। ତେବେ ପୁଲିସ ଏ ମାମଲାରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଉତ୍ତରାଖଣ୍ଡ ଡିଜିପିଙ୍କୁ ଭେଟି ନ୍ୟାୟ ମାଗିଛନ୍ତି। ଉତ୍ତରାଖଣ୍ଡ ଡିଜିପି ପୂରା ଘଟଣାର ତଦନ୍ତ ଦାୟିତ୍ୱ ଡେରାଡୁନ୍ ଏଏସ୍‌ପିଙ୍କୁ ଦେଇଥିବା ସୂଚନା ମିଳିଛି।

ଅଦ୍ରିଜାଙ୍କ ଅଭିଯୋଗ ଅନୁସାରେ, ଅର୍କେଶ ତାଙ୍କୁ ଯୌତୁକ ପାଇଁ ମାରପିଟ୍‌ କରିବା ସହ ଏକଦା ସୁପାରୀ ଦେଇ ହତ୍ୟା ପାଇଁ ମଧ୍ୟ ଉଦ୍ୟମ କରିଥିଲେ।। ଏନେଇ ମଧ୍ୟ ଡେରାଡୁନ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ଗତ ୨୦୧୭ ମସିହା ନଭେମ୍ବର ୨୩ ତାରିଖରେ ଅଦ୍ରିଜାଙ୍କୁ ଅର୍କେଶ ବିବାହ କରିଥିଲେ। ବିବାହ ପରେ ଉଭୟ ଡେରାଡୁନ ଥାନା ଅଧିନ ରାଜୁପର ସ୍ଥିତ ଏକ ବଙ୍ଗଳାରେ ରହୁଥିଲେ। ହେଲେ ବିବାହର କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ପତ୍ନୀ ଅଦ୍ରିଜାଙ୍କ ଅଭିଯୋଗ ଉପରେ ସ୍ବାମୀ ଅର୍କେଶ ନିଜର ପ୍ରତିକ୍ରିୟା ରଖିଛନ୍ତି।

Leave A Reply

Your email address will not be published.