Odisha Link
Bridging the Missing Links in Odisha

ପଶ୍ଚିମବଙ୍ଗରେ ବିସ୍ଫୋରଣ: ୭ ମୃତ, କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଓଏଲ୍‌ ବ୍ୟୁରୋ: ପଶ୍ଚିମବଙ୍ଗରେ ବିସ୍ଫୋରଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ପୂର୍ବ ମେଦିନପୁର ଜିଲ୍ଲା ଏଗ୍ରା ଖାଦିକୁଲ୍ ଗାଁରେ ବିସ୍ଫୋରଣ ହୋଇଥିବା ଜଣା ପଡିଛି। ପଶ୍ଚିମବଙ୍ଗରେ ହୋଇଥିବା ବିସ୍ଫୋରଣରେ ୭ ଜଣଙ୍କ ଜୀବନ ଚାଲିଯାଇଥିବାବେଳେ ଅନେକ ଗୁରୁତର ଭାବେ ଆହତ ହୋଇଛନ୍ତି। ତେବେ ଏହି ବିସ୍ଫୋରଣ ବାଣ କାରଖାନାରେ ଘଟିଥିବା ସୂଚନା ମିଳିଛି।

ବାଣ ତିଆରି ନାଁରେ ସେଠାରେ ବୋମା ଭିଡ଼ା ଚାଲିଥିବା ସୂଚନା ମିଳିଥିବା କୁହାଯାଉଛି। ବିସ୍ଫୋରଣ ହୋଇଥିବା ସ୍ଥାନରେ ପ୍ରବଳ ଉତ୍ତେଜନା ଦେଖା ଦେଇଛି। ଘଟଣା ସ୍ଥଳରେ ୨ଟି ପୁଲିସ ଗାଡ଼ି ଭଙ୍ଗାରୁଜା ହୋଇଥିବା ସୂଚନା ରହିଛି। ଘଟଣା ସ୍ଥଳରେ କିଛି ପୁଲିସ କର୍ମଚାରୀଙ୍କୁ ଗୋଡ଼ାଇ ପିଟିଲେ ଲୋକେ। ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଘଟଣାକୁ ନେଇ ବିଜେପି ଏନଆଇଏ ତଦନ୍ତ ଦାବି କରିଛି।

Leave A Reply

Your email address will not be published.