Odisha Link
Bridging the Missing Links in Odisha

ବିଦେଶୀ ଗୁପ୍ତଚର ସଂସ୍ଥାକୁ ତଥ୍ୟ ଲିକ୍ ଘଟଣା: ଗିରଫ ହେଲେ ସାମ୍ବାଦିକ ବିବେକ ରଘୁବଂଶୀ

ଗୁପ୍ତଚର ସଂସ୍ଥାକୁ ତଥ୍ୟ ଲିକ୍ କରିବା ଅଭିଯୋଗ କ୍ରମେ ମୁକ୍ତବୃତ୍ତ ପ୍ରତିରକ୍ଷା ସାମ୍ବାଦିକ ବିବେକ ରଘୁବଂଶୀଙ୍କ ଘରେ ରେଡ୍ କରାଯାଇଥିଲା।

ଓଏଲ୍‌ ବ୍ୟୁରୋ: ସାମ୍ବାଦିକ ବିବେକ ରଘୁବଂଶୀ ବିଦେଶୀ ଗୁପ୍ତଚର ସଂସ୍ଥାକୁ ତଥ୍ୟ ଲିକ୍ କରୁଥିବା ଅଭିଯୋଗ ହୋଇଥିବା ଘଟଣାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଗୁପ୍ତଚର ମାମଲାରେ ସାମ୍ବାଦିକ ବିବେକ ରଘୁବଂଶୀଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ସମ୍ପୃକ୍ତ ଜଣେ ପୂର୍ବତନ ସେନା କମାଣ୍ଡରଙ୍କୁ ସିବିଆଇ ଗିରଫ କରିଛି। ଗୁପ୍ତଚର ସଂସ୍ଥାକୁ ତଥ୍ୟ ଲିକ୍ କରିବା ଅଭିଯୋଗ କ୍ରମେ ମୁକ୍ତବୃତ୍ତ ପ୍ରତିରକ୍ଷା ସାମ୍ବାଦିକ ବିବେକ ରଘୁବଂଶୀଙ୍କ ଘରେ ରେଡ୍ କରାଯାଇଥିଲା। ଗୁପ୍ତ ତଥ୍ୟ ଲିକ୍ ଅଭିଯୋଗରେ ରେଡ୍ କରିଥିଲା ସିବିଆଇ।

ଖବର ଅନୁସାରେ, ସେନା ଓ ଡିଆରଡିଓ ଗୁପ୍ତ ତଥ୍ୟ ବିଦେଶୀ ସଂସ୍ଥାକୁ ଲିକ୍ ନେଇ ସାମ୍ବାଦିକ ବିବେକ ରଘୁବଂଶୀଙ୍କ ଘରେ ରେଡ୍ କରିଥିଲା ସିବିଆଇ। ଡିଫେନ୍ସ ରିସର୍ଚ୍ଚ ଡେଭଲପମେଣ୍ଟ ଅର୍ଗାନାଇଜେସନ(ଡିଆରଡିଓ) ସହ ଜଡ଼ିତ ସମ୍ବେଦନଶୀଳ ତଥ୍ୟ ସଂଗ୍ରହ କରି ଏହାକୁ ବିଦେଶ ରାଷ୍ଟ୍ରକୁ ଦେବା ଅଭିଯୋଗରେ ଫସିଥିଲେ ଜଣେ ଫ୍ରିଲାନ୍ସ ସାମ୍ବାଦିକ।

କେବଳ ଡିଆରଡିଓ ନୁହେଁ, ଦେଶର ସେନା ବାହିନୀ ସହ ଜଡ଼ିତ ତଥ୍ୟକୁ ସେ ସଂଗ୍ରହ କରି ବିଦେଶ ରାଷ୍ଟ୍ରର ଗୁଇନ୍ଦା ଏଜେନ୍ସିକୁ ଦେଉଥିଲେ। ଏପରି ଗୁଇନ୍ଦାଗିରି ପାଇଁ ସିବିଆଇ ତାଙ୍କ ନାଁରେ ମାମଲା ରୁଜୁ କରିଛି। ରଘୁବଂଶୀ ଓ ତାଙ୍କ ସଂପର୍କୀୟଙ୍କ ୧୨ଟି ଜାଗାରେ ଚଢ଼ାଉ କରାଯାଇଥିଲା। ଦିଲ୍ଲୀ ଓ ଜୟପୁରର ୧୨ଟି ସ୍ଥାନରେ ରେଡ୍ ଚାଲିଥିବା ସୂଚନା ମିଳିଥିଲା।

ଅନ୍ୟପଟେ, ସିବିଆଇ କହିଛି ଯେ ରଘୁବଂଶୀ ଡିଆରଡିଓ ଏବଂ ଆର୍ମି ସହ ଜଡ଼ିତ ସମ୍ବେଦନଶୀଳ ପ୍ରୋଜେକ୍ଟ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଥିଲେ। ଏହାପରେ ଏହି ତଥ୍ୟକୁ ସେ ବିଭିନ୍ନ ବିଦେଶ ରାଷ୍ଟ୍ରର ଗୁଇନ୍ଦା ଏଜେନ୍ସିକୁ ହସ୍ତାନ୍ତର କରୁଥିଲେ। ତାଙ୍କର ପ୍ରକୃତ ଉଦ୍ଦେଶ୍ୟ ଜଣାପଡ଼ି ନଥିଲେ ମଧ୍ୟ ସେ ଆର୍ଥିକ ଫାଇଦା ପାଇଁ ଏପରି କରୁଥିବା ପ୍ରାଥମିକ ତଦନ୍ତରୁ ସିବିଆଇ ଜାଣିବାକୁ ପାଇଥିଲା। ତଦନ୍ତ କ୍ରମେ ମାମଲାରେ ସମ୍ପୃକ୍ତ ସାମ୍ବାଦିକ ବିବେକ ରଘୁବଂଶୀଙ୍କୁ ଗିରଫ କରିଛି ସିବିଆଇ।

Leave A Reply

Your email address will not be published.