ଜେଲରେ ସାବିତ୍ରୀ ବ୍ରତ ପାଳିଲେ ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗ
ଝାରପଡ଼ା ଜେଲରେ ସାବିତ୍ରୀ ବତ୍ର ପାଳିଲେ ଲେଡ଼ି ବ୍ଲାକମେଲର ଅର୍ଚ୍ଚନା ନାଗ।

ଓଏଲ୍ ବ୍ୟୁରୋ: ବହୁଚର୍ଚ୍ଚିତ ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗଙ୍କୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି। ଏଥର କିନ୍ତୁ ଖବରଟି କୋର୍ଟରେ ଚାଲିଥିବା କେସକୁ ନେଇ ନୁହେଁ ବରଂ ସାବିତ୍ରୀ ବ୍ରତକୁ ନେଇ। ଆଜି ପବିତ୍ର ସାବିତ୍ରୀ ବ୍ରତ ହେଉଛି ନାରୀ ମାନଙ୍କ ପାଇଁ ଏକ ଶ୍ରେଷ୍ଠ ଓ ପ୍ରିୟ ବ୍ରତ। ପ୍ରତି ବର୍ଷ ଜ୍ୟେଷ୍ଠ ମାସ ଅମାବାସ୍ୟାରେ ସାବିତ୍ରୀ ବ୍ରତ ପାଳନ କରାଯାଏ। ପୁରାଣ ଅନୁସାରେ ଏହି ବ୍ରତ ସାଧବନାରୀ ମାନେ ଯମଦେବଙ୍କ ଠାରୁ ନିଜ ସ୍ୱାମୀଙ୍କୁ ବଞ୍ଚାଇବା ଏବଂ ଲମ୍ବା ଆୟୁଷ କାମନା କରି ପାଳନ କରିଥାନ୍ତି। ତେବେ ଏହି ବ୍ରତ କରିବାରେ ବାଦ ପଡ଼ିନାହାନ୍ତି ଅର୍ଚ୍ଚନା ନାଗ।
ଜେଲରେ ଥାଇ ମଧ୍ୟ ମୋଟ୍ ୨୩ ଜଣ ଅନ୍ତେବାସୀ ସହ ସାବିତ୍ରୀ ପୂଜା ପାଳନ କରିଛନ୍ତି ଅର୍ଚନା ନାଗ। ସେମାନଙ୍କୁ ଜେଲ୍ ବିଭାଗ ପକ୍ଷରୁ ଶାଢୀ, ଶଙ୍ଖା ସିନ୍ଦୂର, ଫଳ ମୂଳ ଭୋଗ ଇତ୍ୟାଦି ଯୋଗାଇ ଦିଆଯାଇଥିଲା। ଝାରପଡ଼ା ଜେଲରେ ସାବିତ୍ରୀ ବତ୍ର ପାଳିଲେ ଲେଡ଼ି ବ୍ଲାକମେଲର ଅର୍ଚ୍ଚନା ନାଗ। ଏଥିସହ ଜେଲରେ ପୂଜାସାରିବା ପରେ ସ୍ୱାମୀଙ୍କ ସହ ସାକ୍ଷାତ ହୋଇଥିଲା।