ଓବାମାଙ୍କୁ ରୁଷିଆ ମନା, ପ୍ରବେଶ ଉପରେ ରୋକ ଲଗାଇଲେ ପୁଟିନ୍ ସରକାର
ରାଷ୍ଟ୍ରପତି ବାଇଡେନଙ୍କ ରୁଷିଆ ବିରୋଧୀ ନୀତିକୁ ନେଇ କଟକଣା ଜାରି କରାଯାଇଛି।

ଓଏଲ୍ ବ୍ୟୁରୋ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ରୁଷିଆ ମନା। ଏଣିକି ରୁଷ ପ୍ରବେଶ ଯ଼ାଇପାରିବେନି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା। ଓବାମାଙ୍କ ସହ ୫୦୦ରୁ ଅଧିକ ଆମେରିକୀୟଙ୍କ ଉପରେ ବ୍ୟାନ। ରୁଷିଆ ପ୍ରବେଶ ଉପରେ ବ୍ୟାନ୍ ଲଗାଇଲେ ପୁଟିନ୍ ସରକାର। ରାଷ୍ଟ୍ରପତି ବାଇଡେନଙ୍କ ରୁଷିଆ ବିରୋଧୀ ନୀତିକୁ ନେଇ କଟକଣା ଜାରି କରାଯାଇଛି।
ୟୁକ୍ରେନ୍ ଉପରେ ରୁଷର ଆକ୍ରମଣ ପରଠାରୁ ଆମେରିକା ରୁଷ ଉପରେ ଅନେକ ଥର ବିଭିନ୍ନ ପ୍ରକାର ଚାପ ପକାଇଛି। ଆମେରିକା ୟୁକ୍ରେନକୁ ଯୁଦ୍ଧରେ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ନେଇ ଅନେକ ଥର ଅଭିଯୋଗ ଆଣିଛି ରୁଷ। ଏକ ଜାତୀୟ ଗଣମାଧ୍ୟମ ଅନୁସାରେ ରୁଷ ମନ୍ତ୍ରାଳୟ ଏକ ବୟାନରେ କହିଛି କି ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାବରୋଭ ଓ ତାଙ୍କ ସହ ଯାଉଥିବା ମିଡିଆକୁ ଆମେରିକା ଯାତ୍ରା ପାଇଁ ଭିସା ଦେବା ପାଇଁ ଗତମାସରେ ଆମେରିକା ମନା କରିଦେଇଥିଲା। ଶୁକ୍ରବାର ଆମେରିକା ଅନେକ ରୁଷ କମ୍ପାନୀ ଓ ବ୍ୟକ୍ତିବିଶେଷଙ୍କୁ ବ୍ୟାନ୍ କରିଥିଲା।