Odisha Link
Bridging the Missing Links in Odisha

ଆବଶ୍ୟକ ପଡ଼ିଲେ ବଢିବ ଯୁକ୍ତ ଦୁଇ ସିଟ୍: ଗଣଶିକ୍ଷା ମନ୍ତ୍ରୀ

ଯୁକ୍ତ ଦୁଇରେ ୫ଲକ୍ଷ ୯ ହଜାର ସିଟ ଥିବାବେଳେ ପାସ ହୋଇଛନ୍ତି ୫ଲକ୍ଷ ୧୨ ହଜାର ଛାତ୍ରଛାତ୍ରୀ।

ଓଏଲ୍‌ ବ୍ୟୁରୋ: ଗତ ଗୁରୁବାର ପ୍ରକାଶ ପାଇଛି ଓଡ଼ିଶା ବୋର୍ଡର ମାଟ୍ରିକ ପରୀକ୍ଷା ଫଳ। ଚଳିତ ବର୍ଷ ପରୀକ୍ଷାରେ ପାସ ହାର ରହିଛି ୯୬.୪। ଏଥର ମାଟ୍ରିକରେ ରେକର୍ଡ ସୃଷ୍ଟି କରିଥିବା ଏହି ପାସ ହାରକୁ ନେଇ ଚିନ୍ତା ବଢୁଥିବାବେଳେ ଏନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ। ଯୁକ୍ତ ଦୁଇରେ ୫ଲକ୍ଷ ୯ ହଜାର ସିଟ ଥିବାବେଳେ ପାସ ହୋଇଛନ୍ତି ୫ଲକ୍ଷ ୧୨ ହଜାର ଛାତ୍ରଛାତ୍ରୀ।

ସିଟ ଠାରୁ ଛାତ୍ରଛାତ୍ରୀଙ୍କ ପାସ ହାର ଅଧିକ ହୋଇଥିବାରୁ ବାକି ପିଲା କେଉଁଠି ପାଠ ପଢିବେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଯାହାକୁ ନେଇ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଯେଉଁଠି ଆବଶ୍ୟକ ପଡିବ, ସେଠାରେ ବଢିବ ଯୁକ୍ତ ଦୁଇ ସିଟ୍। ତେବେ ଏ ନେଇ ସୋମବାର ସମୀକ୍ଷା ବୈଠକ ହେବ ବୋଲି ସେ କହିଛନ୍ତି। ମେଧାବୀ ଛାତ୍ରଛାତ୍ରୀ ନିଶ୍ଚିତ ଭଲ କଲେଜରେ ସିଟ୍ ପାଇବେ। ଯେଉଁଠି ସିଟ୍ ବଢ଼ାଇବା ସମ୍ଭବ ହେବ, ବଢ଼ାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

Leave A Reply

Your email address will not be published.