Odisha Link
Bridging the Missing Links in Odisha

ମହାନଦୀ ଜଳବିବାଦ: ଆଜିଠୁ ଓଡ଼ିଶାରେ ମହାନଦୀର ସ୍ଥିତି ଅନୁଧ୍ୟାନ କରିବେ ଟ୍ରିବ୍ୟୁନାଲ ଟିମ୍

ପୂର୍ବରୁ ମେ ୩ରେ ଟ୍ରିବ୍ୟୁନାଲ ଟିମ୍ ଛତିଶଗଡ ପରିଦର୍ଶନ କରିଥିଲେ।

ଓଏଲ୍‌ ବ୍ୟୁରୋ: ମହାନଦୀ ଜଳକୁ ନେଇ ଲାଗି ରହିଛି ବିବାଦ। ଛତିଶଗଡ ପରେ ଓଡ଼ିଶା ଗସ୍ତରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍। ମହାନଦୀ ଜଳବିବାଦ ମାମଲାର ଅନୁଧ୍ୟାନ କରୁଥିବା ଟ୍ରିବ୍ୟୁନାଲ ଟିମ୍, ଛତିଶଗଡରେ ସ୍ଥିତି ଅନୁଧ୍ୟାନ କରିବା ପରେ ଏବେ ଓଡିଶା ଗସ୍ତରେ ଆସୁଛନ୍ତି। ଆଜି ଠାରୁ ଟ୍ରିବ୍ୟୁନାଲ ଟିମ୍ ଓଡିଶାରେ କ୍ଷେତ୍ର ପରିଦର୍ଶନ ଆରମ୍ଭ କରିବେ। ଦୁଇଟି ପର୍ଯ୍ୟାୟରେ ଗସ୍ତ କରିବ ଟିମ୍। ପୂର୍ବରୁ ମେ ୩ରେ ଟ୍ରିବ୍ୟୁନାଲ ଟିମ୍ ଛତିଶଗଡ ପରିଦର୍ଶନ କରିଥିଲେ।

ଛତିଶଗଡ଼ରେ କ୍ଷେତ୍ର ପରିଦର୍ଶନ ଶେଷ ପରେ ଓଡ଼ିଶାରେ ମହାନଦୀ ଅବବାହିକା ଦୁଇଟି ପର୍ଯ୍ୟାୟରେ ଗସ୍ତ କରିବ ଟିମ୍। ଟ୍ରିବ୍ୟୁନାଲ ମହାନଦୀର ତ୍ରିକୋଣଭୂମି, ଏହାର ବ୍ୟାରେଜ ପରିସର ଏବଂ ସାମୁଦ୍ରିକ ସଂଗ୍ରହାଳୟ ପରିଦର୍ଶନ କରିବ। ପ୍ରଥମେ ମୁଣ୍ଡୁଳି ଆନିକଟ ଓ ପୁରୀ ମୁଖ୍ୟ କେନାଲ ପରିଦର୍ଶନରେ ଯିବେ। ଏହା ପରେ ମହାନଦୀରେ ମିଶିଥିବା ସାପୁଆ ନଦୀ ପରିଦର୍ଶନ କରିବେ। ଏହା ସହ ଟିମ୍ ନରାଜ ବ୍ୟାରେଜ୍, ମହାନଦୀ ବ୍ୟାରେଜ୍, ବିରୁପା ବ୍ୟାରେଜ୍ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.