କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟିଲେ ଚର୍ଚ୍ଚିତ ଫିଲ୍ମ ‘ଦ କେରଳ ଷ୍ଟୋରୀ’ର ଟିମ୍
ଗୋଟିଏ ପଟେ ଚଳଚ୍ଚିତ୍ରଟି ବକ୍ସ ଅଫିସରେ କମାଲ କରୁଥିବା ବେଳେ ଅନ୍ୟପଟେ ବିବାଦରେ ଛନ୍ଦି ହୋଇ ଅଧିକ ଚର୍ଚ୍ଚାରେ ରହିଛି ‘ଦ କେରଳ ଷ୍ଟୋରୀ’।

ଓଏଲ୍ ବ୍ୟୁରୋ: ନିକଟରେ ପ୍ରେକ୍ଷାଳୟରେ ରିଲିଜ୍ ହୋଇଥିବା ବଲିଉଡ ଫିଲ୍ମ ‘ଦ କେରଳ ଷ୍ଟୋରୀ’କୁ ନେଇ ଚର୍ଚ୍ଚା। ଗୋଟିଏ ପଟେ ଚଳଚ୍ଚିତ୍ରଟି ବକ୍ସ ଅଫିସରେ କମାଲ କରୁଥିବା ବେଳେ ଅନ୍ୟପଟେ ବିବାଦରେ ଛନ୍ଦି ହୋଇ ଅଧିକ ଚର୍ଚ୍ଚାରେ ରହିଛି ‘ଦ କେରଳ ଷ୍ଟୋରୀ’। ଏହାରି ମଧ୍ୟରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟିଲେ ଚର୍ଚ୍ଚିତ ଫିଲ୍ମ ‘ଦ କେରଳ ଷ୍ଟୋରୀ’ର ଟିମ୍।
ଖବର ଅନୁସାରେ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ବ୍ୟାନ୍ ହୋଇଥିଲା ‘ଦ କେରଳ ଷ୍ଟୋରୀ’। ଯାହାକୁ ନେଇ ଅନେକ ଚର୍ଚ୍ଚା ହେଉଥିଲା। ତେବେ ଏହି ଚଳଚ୍ଚିତ୍ର ପଶ୍ଚିମବଙ୍ଗରେ ରିଲିଜ୍ ହେବା ନେଇ ସୁପ୍ରିମକୋର୍ଟ ଅନୁମତି ଦେଇଥିଲେ। ବିବାଦରେ ଥିବା ଏହି ଚଳଚ୍ଚିତ୍ରର ପାଇଁ ସିନେମା ହଲ୍ରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।
ଏଥିସହ ସବୁ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କରିବାକୁ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପଶ୍ଚିମବଙ୍ଗରେ କ୍ଷମତାସୀନ ମମତା ସରକାର ରାଜ୍ୟରେ ଏହି ଚଳଚ୍ଚିତ୍ରକୁ ବ୍ୟାନ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଫିଲ୍ମ ପ୍ରେକ୍ଷାଳୟରେ ଚାଲିବା ଦ୍ବାରା ରାଜ୍ୟରେ ଶାନ୍ତି ଭଙ୍ଗ ହେବାର ଆଶଙ୍କା ରହିଛି ବୋଲି ଅଭିଯୋଗ ଆଣିଥିଲେ ମମତା ବାନାର୍ଜୀ।
ସେ କହିଥିଲେ, ବିଜେପି ସରକାର ମନଗଢା ଓ ଭୁଲ କାହାଣୀକୁ ନେଇ ବେଙ୍ଗଲ ଫାଇଲ୍ସକୁ ନିର୍ମାଣ କରିବାକୁ ଫିଲ୍ମ ନିର୍ମାତାଙ୍କୁ ପଇସା ଦେଉଛି। ‘ଦ କେରଳ ଷ୍ଟୋରୀ’ ଫିଲ୍ମର କାହାଣୀ ମଧ୍ୟ ମନଗଢା ବୋଲି ମମତା କହିଥିଲେ। ତେବେ କିଛି ଦିନ ପୂର୍ବରୁ ତାଙ୍କର ଅଭିନେତାମାନେ ବେଙ୍ଗଲ ଆସିବା ସହିତ ମନଗଢା କାହାଣୀକୁ ନେଇ ବେଙ୍ଗଲ ଫାଇଲ୍ସ ପ୍ରସ୍ତୁତ କରିବାକୁ ଯୋଜନା କରୁଥିବା ନେଇ ସେ କହିଥିଲେ।