Odisha Link
Bridging the Missing Links in Odisha

ଅପମିଶ୍ରଣ ରୋକିବାକୁ ଏଫ୍ଏସ୍ଏସ୍ଏଆଇର ପଦକ୍ଷେପ, ସାରା ଦେଶରେ ଯାଞ୍ଚ ହେବ କ୍ଷୀରର ମାନ

ଅପମିଶ୍ରଣ ରୋକିବା ପାଇଁ ଏଫ୍ଏସ୍ଏସ୍ଏଆଇର ପଦକ୍ଷେପ ନିଶ୍ଚିତ ସ୍ୱାଗତଯୋଗ୍ୟ।

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଯାଞ୍ଚ ହେବ କ୍ଷୀରର ମାନ। ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀର ଯାଞ୍ଚ କରିବ ଏଫ୍ଏସ୍ଏସ୍ଏଆଇ। ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସଂଗଠିତ ଓ ଅଣ ସଙ୍ଗଠିତ କ୍ଷେତ୍ରରୁ ନମୂନା ସଂଗ୍ରହ କରି ଯାଞ୍ଚ କରିବ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ। କ୍ଷୀର, ଘିଅ, ଦହି ଓ ଛେନାର ହେବ ମାନ ଯାଞ୍ଚ।

ଖବର ଅନୁସାରେ, ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀରେ ଅପମିଶ୍ରଣ ରୋକିବାକୁ କଡା ପଦକ୍ଷେପ ଗ୍ରହଣ କରିଛି ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ। ଦେଶରେ କ୍ଷୀର ଓ କ୍ଷୀରଜାତ ସାମଗ୍ରୀ ଯାଞ୍ଚ କରିବ ଏଫଏସଏସଏଆଇ। ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଜିଲ୍ଲାମାନଙ୍କରେ ଏହି ଯାଞ୍ଚ କରାଯିବ। ସବୁ ଜିଲ୍ଲାରୁ ନମୂନା ସଂଗ୍ରହ କରି ଯାଞ୍ଚ କରିବ ଏଫଏସଏସଏଆଇ। ଫୁଡ୍ ସେପ୍ଟି ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଅନ୍ୟପଟେ, ଓଡ଼ିଶା ଦୁଗ୍ଧ ଚାଷୀ ମହାସଂଘର ଅଧକ୍ଷ ରବି ବେହେରା ଏଫ୍ଏସ୍ଏସ୍ଏଆଇର ନିଷ୍ପତ୍ତି ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଦେଶ ସାରା ଯାଞ୍ଚ ହେବ, କ୍ଷୀର, ପନିର, ଖୁଆ, ଛେନା, ଦହି, ଘିଅ, ଲହୁଣୀ ଓ ଆଇ ସିକ୍ରିମ ପ୍ରଭୃତି ଦ୍ୱଗ୍ଧ ଜାତ ସାମଗ୍ରୀ। ଏହାକୁ ଓଡିଶା ଦୁଗ୍ଧ ଚାଷୀ ମହାସଂଘ ସ୍ୱାଗତ କରୁଛି।

ଅପମିଶ୍ରଣ ରୋକିବା ପାଇଁ ଏଫ୍ଏସ୍ଏସ୍ଏଆଇର ପଦକ୍ଷେପ ନିଶ୍ଚିତ ସ୍ୱାଗତଯୋଗ୍ୟ। କିନ୍ତୁ ଯାଞ୍ଚ ନାମରେ ଜୁଲମକୁ ସହ୍ୟ କରାଯିବ ନାହିଁ। ଦୁଗ୍ଧଜାତ ସାମଗ୍ରୀ ଯାଞ୍ଚ ସହିତ ବିଭିନ୍ନ ମିଠାଗୁଡିକର ଯାଞ୍ଚ ହେବା ଦରକାର ବୋଲି ଓଡିଶା ଦୁଗ୍ଧ ଚାଷୀ ମହାସଂଘ ଅଧକ୍ଷ ରବି ବେହେରା କହିଛନ୍ତି।

Leave A Reply

Your email address will not be published.