Odisha Link
Bridging the Missing Links in Odisha

ଆଜି ବିଶ୍ୱ ଥାଇରଏଡ୍ ଦିବସ, ଜାଣନ୍ତୁ ଏହି ରୋଗ ହୋଇଥିଲେ କେଉଁ ଜିନିଷ ସେବନ କରିବେନି

ଚାଲନ୍ତୁ ଜାଣିବା ଏହି କ୍ରମରେ ଥାଇରଏଡ୍ ରୋଗୀ କେଉଁ ଜିନିଷ ସେବନ କରିବା ଅନୁଚିତ୍।

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ବିଶ୍ୱ ଥାଇରଏଡ୍ ଦିବସ। ଏହି ରୋଗ ବର୍ତ୍ତମାନ ଏକ ସାଧାରଣ ବ୍ୟାଧି ପାଲଟିଯାଇଛି। ଅସନ୍ତୁଳିତ ଖାଦ୍ୟପେୟ ଏବଂ ଜୀବନଶୈଳୀ ଯୋଗୁଁ ଅନେକ ଏହି ରୋଗରେ ପୀଡିତ। ଥାଇରଏଡ୍‌ ଗ୍ରନ୍ଥି ଅଧିକ ଆକ୍ଟିଭ୍‌ ହେଲେ ଶରୀରରେ ମେଟାବୋଲିଜିମ୍‌ର ମାତ୍ରା ବଢ଼ିଥାଏ। ଏଥିଯୋଗୁ ଶରୀରର ଓଜନ ବୃଦ୍ଧି ହୋଇଥାଏ। ବିଶେଷଜ୍ଞଙ୍କ ମତରେ ଥାଇରଏଡ୍‌କୁ ‘ସାଇଲେଣ୍ଟ କିଲର୍‌’ ବୋଲି ମଧ୍ୟ କୁହାଯାଇଥାଏ। ଥାଇରଏଡ୍ ସମ୍ବନ୍ଧୀୟ ରୋଗକୁ ରୋକିବା ପାଇଁ ପର୍ଯ୍ୟାପ୍ତ ପରିମାଣର ଆୟୋଡିନ୍ ଏବଂ ଆଇରନ୍ ଗ୍ରହଣ ସହିତ ସୁସ୍ଥ ଖାଦ୍ୟ ବଜାୟ ରଖିବା ପାଇଁ ପରାମର୍ଶ ଦିଆଯାଇଛି। ମଦ୍ୟପାନ ଏବଂ ତମାଖୁ ସେବନରୁ ଦୂରେଇ ରୁହନ୍ତୁ ଏବଂ ଚାପ ପରିଚାଳନା କରନ୍ତୁ ବୋଲି ସଚେତନତା ଜାରି କରାଯାଇଛି।

ଥାଇରଏଡ୍‌ ଯାହାକୁ ‘ସାଇଲେଣ୍ଟ କିଲର୍‌’ ବୋଲି ମଧ୍ୟ କୁହାଯାଇଥାଏ। ଏହି ରୋଗ ସାଧରଣତଃ ଧୀରେ ଧୀରେ ସମସ୍ତଙ୍କୁ ହେବାର ଲାଗିଛି। କାରଣ ଏପରି କିଛି ଖାଦ୍ୟ ରହିଛି, ଯାହା ଏହି ସମସ୍ୟାକୁ ବଢ଼ାଇ ଦେଇଥାଏ। ତେବେ ଚାଲନ୍ତୁ ଜାଣିବା ଏହି କ୍ରମରେ ଥାଇରଏଡ୍ ରୋଗୀ କେଉଁ ଜିନିଷ ସେବନ କରିବା ଅନୁଚିତ୍।

କଫି ଏବଂ ଚା – ଏହାଛଡ଼ା ରୋଗୀଙ୍କୁ କଫି ଏବଂ ଚା’ ଅଧିକ ସେବନ କରିବା ଅନୁଚିତ।

ଫାଇବର ଯୁକ୍ତ ପନିପରିବା – ଥାଇରଏଡ ରୋଗୀ ଫାଇବର ଥିବା ଖାଦ୍ୟ ଖାଇବା ଅନୁଚିତ୍। ପାଳଙ୍ଗ,କୋବି, ବ୍ରୋକୋଲି ଇତ୍ୟାଦି ସେବନ କରିବା ଅନୁଚିତ।

ମାଂସ – ମାଂସରେ ବହୁଳ ପରିମାଣରେ ଫ୍ୟାଟ୍ ଏବଂ କୋଲେଷ୍ଟ୍ରଲ ରହିଥାଏ। ଯାହା ଥାଇରଏଡ ହର୍ମୋନକୁ ବୃଦ୍ଧି କରିଥାଏ। ତେଣୁ ଏହି ରୋଗୀମାନେ ମାଂସ ଖାଇବା ଅନୁଚିତ୍।

ସୋୟାବିନ – ଥାଇରଏଡ ରୋଗୀଙ୍କୁ ସୋୟାବିନ୍ ଖାଇବାକୁ ମଧ୍ୟ ବାରଣ କରାଯାଇଛି।

ଜଙ୍କ ଫୁଡ୍ – ସେହିପରି ଥାଇରଏଡ୍ ରୋଗୀ ଜଙ୍କ ଫୁଡ୍ ସେବନ କରିବା ମଧ୍ୟ ଅନୁଚିତ। ଏହାଦ୍ୱାରା ଖାଦ୍ୟରେ ଥିବା ସୋଡିୟମ୍ ଆପଣଙ୍କୁ ଅସୁବିଧାରେ ପକାଇଥାଏ। ଯେଉଁଥିପାଇଁ ବିଭିନ୍ନ ପ୍ରକାରର ଅସୁବିଧା ଦେଖାଦିଏ।

ମଦ – ଥାଇରଏଡ୍ ରୋଗୀଙ୍କୁ ମଦ ସେବନ କରିବା ଠାରୁ ଦୂରରେ ରହିବା ଉଚିତ୍। କାରଣ ଥାଇରଏଡ୍ ଗ୍ରନ୍ଥି ଏବଂ ଏହାର ସ୍ତର ଉପରେ ମଦ ଖରାପ ପ୍ରଭାବ ପକାଇଥାଏ। ଏଣୁ ହେଲ୍ଥ ଏକ୍ସପର୍ଟ ଏହି ରୋଗୀଙ୍କୁ ମଦ୍ୟପାନ ନକରିବାକୁ ପରାମର୍ଶ ଦେଇଥାନ୍ତି।

Leave A Reply

Your email address will not be published.