Odisha Link
Bridging the Missing Links in Odisha

ନୃଶଂସ ସାଜିଲା ସ୍ୱାମୀ, ସାମାନ୍ୟ ବଚସାରୁ ସ୍ତ୍ରୀର ମୁଣ୍ଡ କାଟି କଲା ହତ୍ୟା

ତେବେ ହତ୍ୟାକାଣ୍ଡର ସ୍ପଷ୍ଟ କାରଣ ସାମ୍ନାକୁ ଆସିନଥିବାବେଳେ ଘଟଣା ସ୍ଥଳରେ ପୁଲିସ ପହଂଚି ତଦନ୍ତ ଜାରି କରିଛି।

ଓଏଲ୍‌ ବ୍ୟୁରୋ: ଗଜପତି କାଶିନଗର ବ୍ଳକ ସାରା ଗାଁରେ ଘଟିଥିବା ଏକ ନିର୍ମମ ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ସ୍ତ୍ରୀର ମୁଣ୍ଡ କାଟି ବୀଭତ୍ସ ଭାବେ ହତ୍ୟା କରିଛି ସ୍ୱାମୀ। ସ୍ତ୍ରୀକୁ ହତ୍ୟା କରିବା ପରେ କଟା ମୁଣ୍ଡ ଘରକୁ ଆଣିଲା ସ୍ବାମୀ। ଚାଷ ଜମିକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବଚସା ପରେ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ତେବେ ହତ୍ୟାକାଣ୍ଡର ସ୍ପଷ୍ଟ କାରଣ ସାମ୍ନାକୁ ଆସିନଥିବାବେଳେ ଘଟଣା ସ୍ଥଳରେ ପୁଲିସ ପହଂଚି ତଦନ୍ତ ଜାରି କରିଛି।

Leave A Reply

Your email address will not be published.