Odisha Link
Bridging the Missing Links in Odisha

କେନ୍ଦ୍ରାପଡ଼ାରୁ ମିଳିଲା ଅଶୋଧିତ ତୈଳର ସନ୍ଧାନ, ଚିହ୍ନଟ ହେଲା ପ୍ରାୟ ୧୪ ଏକର ଜମି

ଏହି ଅଶୋଧିତ ତେଲକୁ ମାଟି ତଳୁ ବାହାର କରିବା ପାଇଁ ଅଏଲ ଇଣ୍ଡିଆ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।

ଓଏଲ୍‌ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରୁ ଅଶୋଧିତ ତୈଳର ସନ୍ଧାନ ମିଳୁଥିଲା। ବର୍ତ୍ତମାନ କେନ୍ଦ୍ରାପଡାରୁ ଏହି ତୈଳ ମିଳିବା ନେଇ ଖବର ସାମ୍ନାକୁ ଆସିଛି। କେନ୍ଦ୍ରାପଡ଼ା ସ୍ଥିତ ପାଟକୁରାରୁ ମିଳିଲା ଅଶୋଧିତ ତୈଳର ସନ୍ଧାନ। କେନ୍ଦ୍ରାପଡା ମାର୍ଶାଘାଇ ଗଉଡଗାଁରେ ମିଳିଛି ହାଇଡ୍ରୋକାର୍ବନ ବା ଅଶୋଧିତ ତେଲର ସନ୍ଧାନ। ଏହି ଅଶୋଧିତ ତେଲକୁ ମାଟି ତଳୁ ବାହାର କରିବା ପାଇଁ ଅଏଲ ଇଣ୍ଡିଆ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।

ଖବର ଅନୁସାରେ, କେନ୍ଦ୍ରାପଡାରୁ ମିଳିଥିବା ଅଶୋଧିତ ତୈଳର ସନ୍ଧାନ ପରେ ଅଏଲ ଇଣ୍ଡିଆ କମ୍ପାନୀ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ କାମ ଶେଷ ହେବା ପରେ ଜମି ହରାଇଥିବା ଲୋକଙ୍କୁ କ୍ଷତିପୂରଣ ଦିଆଯାଇଛି। ତେଲ ବାହାର କରିବାକୁ ପ୍ରାୟ ୧୪ ଏକର ୭୪ ଡିସିମିଲ ଜମି ଚିହ୍ନଟ ହୋଇଥିବା ବେଳେ ଆବଶ୍ୟକ ହେଉଥିବା ଜମି ପାଇଁ ୧୧୪ ଜଣ ସ୍ଥାନୀୟ ଲୋକଙ୍କୁ ୧ କୋଟି ୬୩ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ଜମି ମାଲିକଙ୍କଠାରୁ ୩ ବର୍ଷ ପାଇଁ ଆବଶ୍ୟକ ହେଉଥିବା ଜମିକୁ ଲିଜରେ ନେଇଛି କମ୍ପାନୀ।

Leave A Reply

Your email address will not be published.