Odisha Link
Bridging the Missing Links in Odisha

ମୋଦିଙ୍କ ଶାସନକୁ ପୂରିଲା ୯ ବର୍ଷ, ଉଦଘାଟିତ ହେବ ନୂଆ ସଂସଦ ବିଲଡିଂ

ଏହାକୁ ଅଧିକ ସ୍ମରଣୀୟ କରିବା ପାଇଁ ନୂଆ ଡିଜାଇନରେ ତିଆରି ହୋଇଥିବା ସଂସଦ ବିଲଡିଂକୁ ପ୍ରଧାନମନ୍ତ୍ରୀ ମୋଦି ଉଦଘାଟନ କରିବେ।

ଓଏଲ୍‌ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନକୁ ୯ ବର୍ଷ ପୂରିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ମସିହା ମେ’ ୨୬ରେ ଶପଥ ଗ୍ରହଣ କରିଥିଲେ। ତେଣୁ ୨୦୨୩ ମେ’ ୨୬ରେ ଅର୍ଥାତ ଆଜି ତାଙ୍କ ଶାସନକୁ ୯ ବର୍ଷ ପୂରିଲା। ଏହାକୁ ଅଧିକ ସ୍ମରଣୀୟ କରିବା ପାଇଁ ନୂଆ ଡିଜାଇନରେ ତିଆରି ହୋଇଥିବା ସଂସଦ ବିଲଡିଂକୁ ପ୍ରଧାନମନ୍ତ୍ରୀ ମୋଦି ଉଦଘାଟନ କରିବେ।

ମେ ୨୮ରେ ଭାରତର ନୂଆ ସଂସଦ ବିଲଡିଂ ଉଦଘାଟିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦଘାଟନ କରିବେ। ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତିକୁ ପାଳନ କରିବା ପାଇଁ ଏହାକୁ ଉଦଘାଟନ କରାଯିବ ବୋଲି ଜଣାପଡ଼ିଛି। ୪ ମହଲା ବିଶିଷ୍ଟ ନୂଆ ବିଲଡିଂକୁ ଅତ୍ୟନ୍ତ ଭବ୍ୟ କରିବା ପାଇଁ ୯୭୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହା ମଧ୍ୟରେ ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପ୍ରଦର୍ଶନ କରିବା ପାଇଁ ଗୋଟିଏ ବିରାଟ ସମ୍ବିଧାନ ହଲ ତିଆରି କରାଯାଇଛି। ଖାଇବା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସୁବିଧାସୁଯୋଗ ଏଠାରେ ରହିଛି।

ଅନ୍ୟପଟେ, ମୋଦି ସରକାରଙ୍କ ୯ ବର୍ଷ ଶାସନ ପୂର୍ତ୍ତିକୁ ବେଶ ଭବ୍ୟ ଭାବେ ପାଳନ କରିବାକୁ ବିଜେପି ଯୋଜନା କରିଛି। ଏଥିପାଇଁ ଦଳ ପକ୍ଷରୁ ମାସେ କାଳ ସ୍ୱତନ୍ତ୍ର କଣ୍ଟାକ୍ଟ ପ୍ରଚାର ବା ସ୍ୱତନ୍ତ୍ର ଯୋଗାଯୋଗ ପ୍ରଚାର କାର୍ଯ୍ୟକ୍ରମ କରାଯିବ। ମେ’ ୩୧ରେ ମୋଦି ନିଜେ ମଧ୍ୟ ଶୋଭାଯାତ୍ରା କରିବେ। ବିଜେପି ନେତୃବୃନ୍ଦ ପ୍ରାୟ ୫୧ଟି ରାଲି ପୂରା ଦେଶରେ କରିବାକୁ ଯୋଜନା କରିଛନ୍ତି। ୩୯୬ ଲୋକସଭା ଆସନରେ ସର୍ବସାଧାରଣ ସମାବେଶ କରାଯିବ। ବିଜେପିର ମୁଖ୍ୟମନ୍ତ୍ରୀ ମାନଙ୍କ ଠାରୁ ଆରମ୍ଭ କରି ବିଧାୟକ ଓ ବରିଷ୍ଠ ନେତାମାନେ ସମାବେଶରେ ଯୋଗଦେଇ ଲୋକଙ୍କ ନିକଟତର ହେବେ।

Leave A Reply

Your email address will not be published.