Odisha Link
Bridging the Missing Links in Odisha

ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ, ଅନ୍ତରୀଣ ଜାମିନ ପ୍ରଦାନ କଲେ କୋର୍ଟ 

ଦିଲ୍ଲୀ ସରକାର ମନ୍ତ୍ରୀ ଥିବା ସତ୍ୟେନ୍ଦ୍ର ଜୈନଙ୍କୁ ମିଛ କମ୍ପାନୀ ଜରିଆରେ ଟଙ୍କା ନେଣଦେଣର ଅଭିଯୋଗ ପରେ ଇଡି ତାଙ୍କୁ ଗିରଫ କରିଥିଲା।

ଓଏଲ୍‌ ବ୍ୟୁରୋ: ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହୋଇଥିବା ଖବର ସାମ୍ନାକୁ ଆସିଛି। ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ସତ୍ୟେନ୍ଦ୍ର ଜୈନଙ୍କୁ କୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ୬ ସପ୍ତାହ ପାଇଁ ବେଲ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଅସୁସ୍ଥତା ଯୋଗୁ ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ସର୍ତ୍ତମୂଳକ ଜାମିନ ମିଳିଥିବା ଖବର ସାମ୍ନାକୁ ଆସିଛି।

ଖବର ଅନୁସାରେ, ୨୦୨୨ ମେ ମାସରେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗିରଫ ହୋଇଥିଲେ। ସତ୍ୟେନ୍ଦ୍ର ଜୈନଙ୍କୁ ମନି ଲଣ୍ଡ୍ରିଂ ମାମଲାରେ ଇଡି ଗିରଫ କରିଥିଲା। ଅର୍ଥ ହେରଫେର ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। ଦିଲ୍ଲୀ ସରକାର ମନ୍ତ୍ରୀ ଥିବା ସତ୍ୟେନ୍ଦ୍ର ଜୈନଙ୍କୁ ମିଛ କମ୍ପାନୀ ଜରିଆରେ ଟଙ୍କା ନେଣଦେଣର ଅଭିଯୋଗ ପରେ ଇଡି ତାଙ୍କୁ ଗିରଫ କରିଥିଲା।

Leave A Reply

Your email address will not be published.