Odisha Link
Bridging the Missing Links in Odisha

ତାତିରୁ ମିଳିବ ତ୍ରାହି! ଝଡ଼ବର୍ଷା ନେଇ ରାଜ୍ୟର ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୪୦-୫୦ କିମି ପବନ ବହିବା ସମ୍ଭାବନା।

ଓଏଲ୍‌ ବ୍ୟୁରୋ: ଗୋଟେ ପଟେ ରାଜ୍ୟରେ ପୁଣି ଅସହ୍ୟ ହେଲାଣି ତାତି। ବଢ଼ିବାରେ ଲାଗିଛି ତାପମାତ୍ରା। ରାଜ୍ୟରେ ଆହୁରି ମଧ୍ୟ ଅତ୍ୟଧିକ ତାତି ଅନୁଭୂତ ହେବ ବୋଲି ସୂଚନା ମିଳିଥିବାବେଳେ ଅନ୍ୟପଟେ ଝଡ଼ବର୍ଷା ଓ ବଜ୍ରପାତ ନେଇ ୨୩ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ମୟୂରଭଂଜ, ଯାଜପୁର, ଭଦ୍ରକ, ବାଲେଶ୍ୱର, ପୁରୀ, ଖୋର୍ଦ୍ଧା, କଟକକୁ ୱାର୍ଣ୍ଣିଂ ଜାରି କରିଛି। ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୪୦-୫୦ କିମି ପବନ ବହିବା ସମ୍ଭାବନା।

ଖବର ଅନୁସାରେ, ଆଜି ଦିନ ୨ଟା ୩୦ ସୁଦ୍ଧା ୪୩ ଡିଗ୍ରୀ ଛୁଇଁଲା ସମ୍ବଲପୁର ସହରର ତାପମାତ୍ରା। ସେହିଭଳି ଭୁବନେଶ୍ବର ୩୭.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ହୀରାକୁଦରେ ୪୧.୮, ଝାରସୁଗୁଡ଼ାରେ ୪୧.୬ ଡିଗ୍ରୀ ରେକର୍ଡ କରାଯାଇଛି। ବାଲେଶ୍ବରରେ ୩୪.୨, ଚାନ୍ଦବାଲିରେ ୩୬.୮ ଡିଗ୍ରୀ, ଗୋପାଳପୁରରେ ୩୩.୬, ପୁରୀରେ ୩୩.୮ ଡିଗ୍ରୀ, ପାରାଦୀପରେ ୩୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ଅନ୍ୟପଟେ, ଦିନ ସାଢ଼େ ୧୧ଟାରେ ସମ୍ବଲପୁର ଓ ଝାରସୁଗୁଡ଼ାରେ ସର୍ବାଧିକ ୩୯.୪ ଡିଗ୍ରୀ ରେକର୍ଡ ହୋଇଥିଲା। ହୀରାକୁଦରେ ୩୯.୨, ଭୁବନେଶ୍ବରରେ ୩୭ ଡିଗ୍ରୀ, ଚାନ୍ଦବାଲିରେ ୩୭.୦, କେନ୍ଦୁଝରରେ ୩୬.୨ ଡିଗ୍ରୀ, ବାଲେଶ୍ବରରେ ୩୫.୬, ପୁରୀରେ ୩୫.୪ ଡିଗ୍ରୀ, ଗୋପାଳପୁରରେ ୩୩.୮, ପାରାଦୀପରେ ୩୩.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା।

Leave A Reply

Your email address will not be published.