Odisha Link
Bridging the Missing Links in Odisha

ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ଜଣେ ପୂର୍ବତନ ସହକାରୀ ଯନ୍ତ୍ରୀଙ୍କୁ ୨ ବର୍ଷ ଜେଲ୍

ପୂର୍ବରୁ ସବ୍‌ସିଡି ମଞ୍ଜୁର ପାଇଁ ଲାଞ୍ଚ ନେବାବେଳେ ଧରିଥିଲା ଭିଜିଲାନ୍ସ।

ଓଏଲ୍‌ ବ୍ୟୁରୋ: ଲାଞ୍ଚ ନେବା ହେଲା କାଳ। ସବ୍‌ସିଡି ମଞ୍ଜୁର ପାଇଁ ଲାଞ୍ଚ ନେବା ମାମଲାରେ ପୂର୍ବତନ ସହକାରୀ ଯନ୍ତ୍ରୀଙ୍କୁ ୨ ବର୍ଷ ଜେଲ୍ ଦଣ୍ଡ। ବାଙ୍କୀ କୃଷି ଅଧିକାରୀଙ୍କ ଅଫିସ୍‌ର ପୂର୍ବତନ ସହକାରୀ ଯନ୍ତ୍ରୀ ସଚ୍ଚିଦାନନ୍ଦ ବେହେରାଙ୍କୁ ୨ ବର୍ଷ ଜେଲ୍ ଦଣ୍ଡ। ଜେଲ୍ ଦଣ୍ଡାଦେଶ ଶୁଣାଇଲେ କଟକ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ। ପୂର୍ବରୁ ସବ୍‌ସିଡି ମଞ୍ଜୁର ପାଇଁ ଲାଞ୍ଚ ନେବାବେଳେ ବାଙ୍କୀ କୃଷି ଅଧିକାରୀଙ୍କ ଅଫିସ୍‌ର ପୂର୍ବତନ ସହକାରୀ ଯନ୍ତ୍ରୀ ସଚ୍ଚିଦାନନ୍ଦ ବେହେରାଙ୍କୁ ଧରିଥିଲା ଭିଜିଲାନ୍ସ। ଏହି ମାମଲାର ତଦନ୍ତ ପରେ ବାଙ୍କୀ କୃଷି ଅଧିକାରୀଙ୍କ ଅଫିସ୍‌ର ପୂର୍ବତନ ସହକାରୀ ଯନ୍ତ୍ରୀ ସଚ୍ଚିଦାନନ୍ଦ ବେହେରାଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଘୋଷଣା କଲେ କୋର୍ଟ।