Odisha Link
Bridging the Missing Links in Odisha

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଡ୍ୟୁଟି ସମୟରେ ମୃତ୍ୟୁ ଘଟିଲେ ମିଳିବ ୧୦ ଲକ୍ଷ ଟଙ୍କା

ଅନୁକମ୍ପା ସହାୟତା ରାଶି ବୃଦ୍ଧି କଲେ ରାଜ୍ୟ ସରକାର।

ଓଏଲ୍‌ ବ୍ୟୁରୋ: ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ରାଜ୍ୟ ସରକାର। ଡ୍ୟୁଟିରେ ମୃତ୍ୟୁ ହେଲେ ୪ଲକ୍ଷ ବଦଳରେ ମିଳିବ ୧୦ ଲକ୍ଷ ଟଙ୍କା। ଅନୁକମ୍ପା ସହାୟତା ରାଶି ବୃଦ୍ଧି କଲେ ରାଜ୍ୟ ସରକାର।

ଡ୍ୟୁଟି ସମୟରେ ମୃତ୍ୟୁ ଘଟିଲେ ସହାୟତା ମିଳିବ ୧୦ ଲକ୍ଷ ଟଙ୍କା। ଆଘାତରୁ ସ୍ଥାୟୀ ଅକ୍ଷମ ହେଲେ ମିଳିବ ୫ଲକ୍ଷ ଟଙ୍କା। ପୂର୍ବରୁ ଆଘାତରୁ ସ୍ଥାୟୀ ଅକ୍ଷମକୁ ମିଳୁଥିଲା ୨ଲକ୍ଷ ଟଙ୍କା। ଆଂଶିକ ଅକ୍ଷମତା ହେଲେ ମିଳିବ ୨ଲକ୍ଷ ଟଙ୍କା, ପୂର୍ବରୁ ମିଳୁଥିଲା ଲକ୍ଷେ ଟଙ୍କା ଅନୁକମ୍ପା ରାଶି।

Leave A Reply

Your email address will not be published.