Odisha Link
Bridging the Missing Links in Odisha

କରମଣ୍ଡଳ ଦୁର୍ଘଟଣା: ୫ ଲକ୍ଷ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ବାହାନଗା ରେଳ ଦୁର୍ଘଟଣାରେ ମୃତାହତଙ୍କ ପରିବାରକୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଏବଂ ଆହତଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ତେବେ ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା ଦିଆଯିବ। ମୃତକଙ୍କ ପରିବାରବର୍ଗଙ୍କ ପାଇଁ ଗଭୀର ସମବେଦନା ଜଣାଇବା ସହ ଆହତଙ୍କ ଶୀଘ୍ର ଆଶୁ ଅରୋଗ୍ୟ କାମନା କରିଛନ୍ତି ନବୀନ।

ଅନ୍ୟପକ୍ଷରେ ବାହାନଗା ରୁ ଭୁବନେଶ୍ୱରକୁ ଆସିଛି ୧୬୦ ଜଣଙ୍କ ମୃତଦେହ। ଭୁବନେଶ୍ୱର ଏମସ ସମେତ ବିଭିନ୍ନ ହସ୍ପିଟାଲରେ ମୃତଦେହ ଗୁଡ଼ିକ ରଖାଯାଇଛି। ଯଦି କୌଣସି ମୃତଦେହ ଚିହ୍ନଟ ନ ହୋଇପାରେ ନିୟମ ଅନୁଯାୟୀ ୪୮ ଘଣ୍ଟା ମଧ୍ୟରେ ସେଗୁଡ଼ିକୁ ଡିସପୋଜ କରାଯିବ। ମୃତଦେହ ଚିହ୍ନଟ ପାଇଁ ମୃତକଙ୍କ ସଂପର୍କୀୟ ମାନଙ୍କୁ ଭୁବନେଶ୍ୱର ଆଣି ଗୋଟିଏ ଜାଗାରେ ରଖାଯିବ। ସେମାନଙ୍କୁ ବିଭିନ୍ନ ମେଡ଼ିକାଲକୁ ନିଆଯିବ ଏବଂ ସେମାନେ ସେଇଠି ମୃତଦେହ ଚିହ୍ନଟ କରିବେ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ।

ସୂଚନାଥାଉକି, ବାଲେଶ୍ୱର ବାହାନଗାରେ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୮୮ରେ ପହଞ୍ଚିଛି। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୧୧୭୫ ଆହତଙ୍କ ମଧ୍ୟରୁ ୭୯୩ ଜଣ ଡିସଚାର୍ଜ ହୋଇଥିବା ବେଳେ ଏବେ ବି ୩୮୨ ଆହତ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ୨ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଅନ୍ୟମାନଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି।

Leave A Reply

Your email address will not be published.