Odisha Link
Bridging the Missing Links in Odisha

ଜଣାପଡ଼ିଲା ବାହାନଗା ରେଳ ଦୁର୍ଘଟଣାର ମୂଳ କାରଣ

ଓଏଲ୍‌ ବ୍ୟୁରୋ: ବାହାନଗାରେ ହୋଇଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ମୂଳ କାରଣ ଜଣାପଡ଼ିଲା। ଦୁର୍ଘଟଣା କେମିତି ହେଲା? କାହାର ଭୁଲ ରହିଛି ? ଏଭଳି ଅନେକ ପ୍ରଶ୍ନ ଉଠୁଥିବା ବେଳେ ରେଳ ଦୁର୍ଘଟଣା ନେଇ ଜଣାପଡିଛି ମୂଳ କାରଣ। ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମରେ ପରିବର୍ତ୍ତନ ଯୋଗୁ ଏହି ଦୁର୍ଘଟଣା ଘଟିଛି। ଆଉ ଏଥିପାଇଁ ଦାୟୀ ବ୍ୟକ୍ତିଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି।

ସେ ଆହୁରି କହିଛନ୍ତି ଯେ, ଦୁର୍ଘଟଣାର ତଦନ୍ତ ଶେଷ ହୋଇଯାଇଛି। ରେଳ ସେଫ୍ଟି କମିଶନର ତଦନ୍ତ କରିଛନ୍ତି। ଏବେ କିଛି କହିବା ଠିକ ହେବ ନାହିଁ। ଆମେ ସମସ୍ତେ ତଦନ୍ତ ରିପୋର୍ଟକୁ ଅପେକ୍ଷା କରିବା। ତେବେ ଦୁର୍ଘଟଣାର କାରଣ ଜଣାପଡ଼ିଛି। ଆଉ ଏଥିପାଇଁ କେଉଁମାନେ ଦାୟୀ ସେମାନଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। କବଚ ର ଏହି ଦୁର୍ଘଟଣା ସହିତ କିଛି ସଂପର୍କ ନାହିଁ। ଏହି ଘଟଣା ପୂରା ଅଲଗା। ଏଥିରେ ପଏଣ୍ଟ ମେସିନର କଥା ଆସିଛି। ଇଲେକ୍ଟ୍ରୋନିକ ଇଣ୍ଟରଲକିଂର କଥା ଆସିଛି। ଇଲେକ୍ଟ୍ରୋନିକ ଇଣ୍ଟରଲକିଂରେ ପରିବର୍ତ୍ତନ ଯୋଗୁ ଏହି ଦୁର୍ଘଟଣା ଘଟିଛି। ଯେଉଁମାନେ ଏଥିପାଇଁ ଦାୟୀ ତାହା ତଦନ୍ତ ରିପୋର୍ଟ ଆସିବା ପରେ ଜଣାପଡ଼ିବ।

ସେ ଆହୁରି କହିଛନ୍ତି ଯେ, ଦୁର୍ଘଟଣାଗ୍ରସ୍ତ ଟ୍ରେନ ଗୁଡ଼ିକର ବଗିଗୁଡ଼ିକୁ ରେଳ ଧାରଣାରୁ ହଟାଇ ଦିଆଯାଇଛି। ସମସ୍ତ ମୃହଦେହକୁ ମଧ୍ୟ ଉଦ୍ଧାର କରାଯାଇସାରିଛି। ପୂରା ଅପରେସନ ତ୍ୱରିତ ବେଗରେ ଚାଲିଛି। ବୁଧବାର ସକାଳ ସୁଦ୍ଧା ପୁନରୁଦ୍ଧାର କାର୍ଯ୍ୟ ଶେଷ କରି ଏହି ରୁଟ୍‌ରେ ଟ୍ରେନ ଚଳାଚଳ ସ୍ୱାଭାବିକ କରିବାକୁ ଚେଷ୍ଟା ଜାରି ରହିଛି।

Leave A Reply

Your email address will not be published.