Odisha Link
Bridging the Missing Links in Odisha

‘ବାହାନଗା ଟ୍ରେନ ଟ୍ରାଜେଡି ତଦନ୍ତ ସିବିଆଇ କରିବ’

ଓଏଲ୍‌ ବ୍ୟୁରୋ: ବାହାନଗା ରେଳ ଦୁର୍ଘଟଣାକୁ ନେଇ ବଡ଼ ସୂଚନା ଦେଲେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଟ୍ରେନ ଟ୍ରାଜେଡିର ସିବିଆଇ ତଦନ୍ତ ସୁପାରିସ କରିଛି ରେଲଓ୍ବେ ବୋର୍ଡ। କେଉଁ ପରିସ୍ଥିତିରେ ଘଟଣା ଘଟିଲା, କେଉଁମାନେ ଦାୟୀ ତାହାର ତଦନ୍ତ ହେବ। ଆଜି ସିବିଆଇ ତଦନ୍ତ ସୁପାରିସ ନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଯେଉଁ ପରିସ୍ଥିତିରେ ଘଟଣା ଘଟିଲା ତାହାର ବିଭାଗୀୟ ତଥ୍ୟ ମିଳିବା ପରେ ରେଲୱେ ବୋର୍ଡ ଏହାର ସିବିଆଇ ତଦନ୍ତ ସୁପାରିସ୍ କରିଛନ୍ତି। ତେଣୁ ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦିଆଯିବ।

ଏଥିସହିତ ସେ ଦୁର୍ଘଟଣା ଘଟିଥିବା ରେଳଟ୍ରାକର ମରାମତି ନେଇ ସୂଚନା ଦେଇଛନ୍ତି। ନଷ୍ଟ ହୋଇ ଯାଇଥିବା ରେଳଲାଇନ ପୁଣି ଟ୍ରେନ ଚଳାଚଳ ପାଇଁ ପ୍ରସ୍ତୁତ ହୋଇସାରିଲାଣି ବୋଲି ସେ କହିଛନ୍ତି। ଭୁବନେଶ୍ୱର ଏମ୍ସ, ସୋର, କଟକ ବଡ ମେଡିକାଲ , ଭଦ୍ରକ ଡାକ୍ତରଖାନାରେ ସମସ୍ତ ଆହତଙ୍କ ଚିକିତ୍ସା ଚାଲିଛି।

ସୂଚନା ଥାଉକି, ବାହାନାଗା ରେଳଷ୍ଟେଶନ ନିକଟରେ ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଓ ବେଙ୍ଗାଲୁରୁ-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଥିଲା। ଏହି ଦୁର୍ଘଟଣାକୁ ଦୁଇଦିନ ବିତିଥିଲେ ହେଁ ଏପର୍ଯ୍ୟନ୍ତ କାହାର ଭୁଲ ଏଥିପାଇଁ ଦାୟୀ ସ୍ପଷ୍ଟ କରାଗଲାନି କିମ୍ବା ଦୃଢ଼ କାର୍ଯ୍ୟାନୁଷ୍ଠାନ ହୋଇନି।

Leave A Reply

Your email address will not be published.