୩୦୦ ମିଟର ତଳେ ନିଜ ଜୀବନ ସହ ସଂଘର୍ଷ କରୁଛି କୁନି ଝିଅ, ଉଦ୍ଧାର କାର୍ଯ୍ୟ ଜାରି
ଶିଶୁଟି ଏବେ ୨୦ ମିଟର ତଳେ ଥିବା ଜଣାପଡ଼ିଛି।

ଓଏଲ୍ ବ୍ୟୁରୋ: ମଧ୍ୟପ୍ରଦେଶ ସେହୋର ଜିଲ୍ଲାର ମୁଗାଭଲି ଗାଁରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ୩୦୦ ମିଟର ତଳେ ନିଜ ଜୀବନ ସହ ସଂଘର୍ଷ କରୁଛି କୁନି ଝିଅ। ଗତକାଲି ଅପରାହ୍ନରେ ଶିଶୁଟି ଜେଜେମା’ଙ୍କ ସହ ଖେଳୁଥିବା ବେଳେ ବରୱେଲରେ ପଡ଼ିଯାଇଥିଲା। ଘଟଣା ଘଟିବା ପରେ ସଙ୍ଗେ ସଙ୍ଗେ ପହଞ୍ଚିଥିଲା ଉଦ୍ଧାରକାରୀ ଦଳ। ଉଦ୍ଧାର କାର୍ଯ୍ୟରେ ଏନ୍ଡିଆରଏଫ୍ ମଧ୍ୟ ସାମିଲ ହୋଇଛି। ଶିଶୁଟି ଏବେ ୨୦ ମିଟର ତଳେ ଥିବା ଜଣାପଡ଼ିଛି।
ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ସେହୋର ହସ୍ତକ୍ଷେପ କରିଛନ୍ତି। ଅଢେଇ ବର୍ଷର ଝିଅକୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ଥାନୀୟ ପ୍ରଶାସନର ସୂଚନା ଅନୁଯାୟୀ ବୋରୱେଲ ପାଖରେ ସମାନ୍ତରାଳ ଭାବେ ଖୋଳା ଚାଲିଛି। ଆଉ କିଛି ସମୟ ମଧ୍ୟରେ ଝିଅ ପାଖରେ ପହଞ୍ଚିଯିବ ଉଦ୍ଧାରକାରୀ ଟିମ୍। ଅନ୍ୟପଟେ ଝିଅକୁ ଅକ୍ସିଜେନ ଯୋଗାଣ ଜାରି ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।