Odisha Link
Bridging the Missing Links in Odisha

ଅତି ଭୀଷଣ ବାତ୍ୟାର ରୂପ ନେଲା ‘ବିପର୍ଯ୍ୟୟ’, ଆହୁରି ଅଧିକ ଘନୀଭୂତ ହେବାର ସମ୍ଭାବନା

ସମୁଦ୍ରକୁ ନଯିବା ଲାଗି ମତ୍ସ୍ୟଜୀବୀଙ୍କୁ ପରାମର୍ଶ

ଓଏଲ୍‌ ବ୍ୟୁରୋ: ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ‘ବିପର୍ଯ୍ୟୟ’। ଆଗାମୀ ୪୮ ଘଣ୍ଟା ଭିତରେ ଆହୁରି ତ୍ରୀବ ରୂପ ନେବ। ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ଘନୀଭୂତ ହେଉଛି ବାତ୍ୟା ‘ବିପର୍ଯ୍ୟୟ’। ଆଗାମୀ ଦୁଇ ଦିନ ମଧ୍ୟରେ ଏହା ଉତ୍ତର ଏବଂ ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ଗୋଆ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ଏହାର ପ୍ରଭାବ ପଡିବା ଆଶଙ୍କା ରହିଛି। ସମୁଦ୍ରକୁ ନଯିବା ଲାଗି ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି।

ଅନ୍ୟପଟେ, ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମିଆଁମାର ଉପକୂଳରେ ସୃଷ୍ଟି ହୋଇଛି ଏହି ଲଘୁଚାପ କ୍ଷେତ୍ର। ଆସନ୍ତା ୨୪ ଘଣ୍ଟାରେ ସୁଦୃଶ୍ୟ ଲଘୁଚାପ ରୂପ ନେବା ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।