Odisha Link
Bridging the Missing Links in Odisha

ରଥଯାତ୍ରାକୁ ଆଉ ରହିଲା ୧୦ ଦିନ, ଅଣସରରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତନୀତି

ରଥଯାତ୍ରା ସମୟରେ ପୁରୀ ସହରକୁ ଜଗିବେ ୧୮୦ ପ୍ଲାଟୁନ ପୁଲିସ ଫୋର୍ସ

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ଜଗତର ନାଥ ଜଗନ୍ନାଥଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା। ରଥଯାତ୍ରା ପାଇଁ ଚଳଚଞ୍ଚଳ ପୁରୀର ରଥଖଳା। ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ଆଉ ରହିଲା ୧୦ ଦିନ। ଅଣସରରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତନୀତି। ଆଜିଠୁ ଆରମ୍ଭ ହେବ ଠାକୁରଙ୍କ ଓଷ ଲାଗି, ସୁସ୍ଥ ହେବେ ଶ୍ରୀବିଗ୍ରହ।

ତିନି ଠାକୁରଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ୩ ରଥରେ ଚାଲିଛି ତାଗ ବାଡିଆ କାମ। ଏହା ସହ ପାର୍ଶ୍ବ ଦେବାଦେବୀଙ୍କୁ ରଙ୍ଗ ଦେବାରେ ବ୍ୟସ୍ତ ଚିତ୍ରକର। ରଥଯାତ୍ରାକୁ ନଜରରେ ରଖି ପୂର୍ବ ପ୍ରସ୍ତୁତି ହୋଇଛି। ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି। ରଥଯାତ୍ରା ଦିନ ସକାଳ ୯ଟା ୩୦ରେ ମହାପ୍ରଭୁଙ୍କ ପହଣ୍ଡି ସମୟ ସ୍ଥିର ହୋଇଥିବାବେଳେ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ।

ଅନ୍ୟପଟେ, ରଥଯାତ୍ରା ପୂର୍ବରୁ ଆସନ୍ତା ୧୩ ତାରିଖ ପୂର୍ବାହ୍ଣ ୧୧ଟାରେ ରଥଯାତ୍ରା ତୃତୀୟ ତଥା ଶେଷ ସମନ୍ବୟ ବୈଠକ ଅନୁଷ୍ଠିତ ହେବ। ପ୍ରତିବର୍ଷ ଭଳି ଚଳିତବର୍ଷ ବି ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହାସହ ଆଇନ ଓ ଅନ୍ୟ ବିଭାଗୀୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି ଓ ଅନ୍ୟ ବିଭାଗର ପଦସ୍ଥ ଅଧିକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ପୁଲିସ ବିଭାଗ ତତ୍ପର। ରଥଯାତ୍ରା ସମୟରେ ପୁରୀ ସହରକୁ ଜଗିବେ ୧୮୦ ପ୍ଲାଟୁନ ପୁଲିସ ଫୋର୍ସ।

ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଶାସନ ଏବଂ ସେବାୟତ ମଧ୍ୟ ନିଜ ନିଜ କାମରେ ଲାଗିପଡିଛନ୍ତି। ରଥଯାତ୍ରାକୁ ନଜରରେ ରଖି ଆୟୋଜିତ ବୈଠକରେ ମୁଖ୍ୟମନ୍ତ୍ରୀ ରଥଯାତ୍ରା ପ୍ରସ୍ତୁତିର ବିସ୍ତୃତ ସମୀକ୍ଷା କରିବେ। ତେବେ ‌୧୩ ତାରିଖର ଏହି ବୈଠକ ପୂର୍ବରୁ ୧୨ ତାରିଖରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିବ ବୋଲି ସ୍ଥିର ହୋଇଛି।

ରଥଯାତ୍ରା ପାଇଁ ଅପେକ୍ଷାରତ କୋଟି କୋଟି ଶ୍ରଦ୍ଧାଳୁ। ମହାବାହୁ ଦର୍ଶନ ଦେବେ କୋଟି କୋଟି ଜନତାଙ୍କୁ। ରଥଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି। ଦାରୁମୂରତିଙ୍କୁ ଦେଖିବା ପାଇଁ ଆବାଳ, ବୃଦ୍ଧ, ବନିତାଙ୍କ ଜମିବ ଭିଡ। ମହାପ୍ରଭୁଙ୍କୁ ଦେଖିବା ପାଇଁ ସୁଦୂର ପ୍ରାନ୍ତରୁ ସବୁ ବର୍ଷ ଭଳି ଏବର୍ଷ ଭକ୍ତଙ୍କ ଭିଡ଼ ଜମିବ ବୋଲି ଆଶା କରାଯାଉଛି। ରଥଯାତ୍ରାରେ ହେବାକୁ ଭିଡ଼କୁ ନଜରରେ ରଖି ସୁରକ୍ଷା ବ୍ୟବସ୍ତା କଡାକଡି କରାଯାଉଛି।

Leave A Reply

Your email address will not be published.