Odisha Link
Bridging the Missing Links in Odisha

‘ଏବେବି ଅଚିହ୍ନା ୮୧ ମୃତଦେହ, ଏକାଧିକ ଦାବିଦାର ଥିବାରୁ ଡିଏନ୍‌ଏ ମ୍ୟାଚିଂ ଡେରି’

ଡିଏନ୍‌ଏ ଟେଷ୍ଟ ପାଇଁ ୭୦ ଲୋକଙ୍କଠାରୁ ରକ୍ତ ନମୁନା ନିଆଯାଇଛି

ଓଏଲ୍‌ ବ୍ୟୁରୋ: ସେଦିନ ଥିଲା ଶୁକ୍ରବାର ଆଉ ଘଣ୍ଟାରେ ବାଜିଥିଲା ପାଖାପାଖି ୭ଟା ୧୫ ମିନିଟ୍‌। ଠିକ ସେହି ସମୟରେ ଏକ ବଡ ଖବର ସାମ୍ନାକୁ ଆସିଥିଲା। ଯାହା ସାରା ବିଶ୍ୱବାସୀଙ୍କ ମନକୁ ଆନ୍ଦୋଳିତ କରିଦେଇଥିଲା। ବାହାନଗା ଷ୍ଟେସନ ନିକଟ ଦେଇ ହାୱଡାରୁ ଚେନ୍ନାଇ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାପରେ ଅନେକ ମୃତଦେହ ସେମାନଙ୍କ ପରିବାର ଲୋକଙ୍କୁ ସ୍ତାନାନ୍ତର କରାଯାଇଥିବାବେଳେ ଏବେ ବି ଆହୁରି ୮୧ ମୃତଦେହ ଅଚିହ୍ନା।

ଖବର ଅନୁସାରେ, ବାହାନଗା ରେଳ ଦୁର୍ଘଟଣା ପରେ ଅନେକ ମୃତଦେହର ପରିଚୟ ମିଳୁନଥିବାରୁ ହସ୍ତାନ୍ତର ପାଇଁ ଡିଏନ୍‌ଏ ଟେଷ୍ଟ କରାଯାଉଛି। ତେବେ ଡିଏନ୍‌ଏ ଟେଷ୍ଟ ପାଇଁ ୭୦ ଲୋକଙ୍କଠାରୁ ରକ୍ତ ନମୁନା ନିଆଯାଇଛି। ମୃତଦେହ ପାଇଁ ଏକାଧିକ ଦାବିଦାର ଥିବାରୁ ଡିଏନ୍‌ଏ ମ୍ୟାଚିଂ ଡେରି ହେଉଥିବା ଜଣା ପଡିଛି। ଘଟଣାକୁ ଏକ ସପ୍ତାହ ପୁରିଥିଲେ ଶବର ଅବସ୍ଥା ଖରାପ ହୋଇଯାଉଥିବ ପ୍ରଶ୍ନ ଉଠୁଥିବାବେଳେ ଶବ ସୁରକ୍ଷିତ ଥିବା ସୂଚନା ରହିଛି।