Odisha Link
Bridging the Missing Links in Odisha

ତାତିରୁ ମିଳିବ ତ୍ରାହି! ରାଜ୍ୟର ୩ ଜିଲ୍ଲାକୁ ସତର୍କ ଘଣ୍ଟି

ବର୍ଷା ନେଇ କଟକ ଖୋର୍ଦ୍ଧା ଓ ଜଗତସିଂହପୁରକୁ ସତର୍କତା ଜାରି

ଓଏଲ୍‌ ବ୍ୟୁରୋ: ଅସହ୍ୟ ତାତିରେ ଜଳୁଛି ରାଜ୍ୟର ଅନେକ ଜିଲ୍ଲା। ତେବେ ଏହି ତାତିରୁ ମିଳିପାରେ ତ୍ରାହି। ରାଜ୍ୟର ୩ ଜିଲ୍ଲାକୁ ୩ ଘଣ୍ଟା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ଘଣ୍ଟି। ଘଡ଼ଘଡ଼ି, ବିଜୁଳି, ପବନ ସହ ବର୍ଷା ନେଇ କଟକ ଖୋର୍ଦ୍ଧା ଓ ଜଗତସିଂହପୁରକୁ ସତର୍କତା ଜାରି। ତେବେ ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପଟେ, କାଳବୈଶାଖୀ ପରେ ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗୁଳୁଗୁଳି ଅନୁଭୂତ ହେଉଛି। ତେବେ ଆଜିଠୁ ୧୪ ତାରିଖ ଯାଏଁ ୧୩ ଜିଲ୍ଲାକୁ ହିଟ୍‌ୱେଭ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜିଠୁ ୧୪ ତାରିଖ ଯାଏଁ ୬ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି। ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁରକୁ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାକୁ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ।

ସୂଚନା ଅନୁସାରେ, ଆସନ୍ତା ୧୬ରୁ ୨୨ ତାରିଖ ମଧ୍ୟରେ ରାଜ୍ୟରେ ହେବ ବର୍ଷା। ରାଜ୍ୟରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ସାପ୍ତାହିକ ପୂର୍ବାନୁମାନରେ ରାଜ୍ୟରେ ଅଧିକ ବର୍ଷା ହେବା ନେଇ ଆକଳନ। ତେବେ ରଜ ଯାଏଁ ଗ୍ରୀଷ୍ମପ୍ରବାହ ଜାରି ରହିବାର ଆଶଙ୍କା ରହିଛି। ସେପଟେ ଆସନ୍ତା ୪ଦିନ ଯାଏଁ ପଶ୍ଚିମ ଓଡ଼ିଶାରେ ଜାରି ରହିବ ଗ୍ରୀଷ୍ମ ପ୍ରଭାବ।

ଆଜିଠୁ ୧୪ ତାରିଖ ଯାଏଁ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼କୁ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ। ସୋନପୁର, ସୁନ୍ଦରଗଡ଼ ଓ କେନ୍ଦୁଝରକୁ ମଧ୍ୟ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ଯଦି ଏହି ଭଳି ଅସହ୍ୟ ତାତି ଅନୁଭୂତ ହୁଏ, ତେବେ ରଜରେ ମଧ୍ୟ ଗରମ ଅନୁଭୂତ ହେବ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.