ରୋଜଗାର ମେଳାରେ ୭୦ ହଜାର ନବ ନିଯୁକ୍ତ କର୍ମଚାରୀଙ୍କୁ ମିଳିଲା ନିଯୁକ୍ତିପତ୍ର
ଏବେ ଭାରତର ମୁହୂର୍ତ୍ତ ଆସିଛି, ସାରା ବିଶ୍ବ ଭାରତକୁ ଚାହିଁ ରହିଛି

ଓଏଲ୍ ବ୍ୟୁରୋ: ଦେଶର ୪୩ଟି ସ୍ଥାନରେ ରୋଜଗାର ମେଳା ଆୟୋଜିତ ହୋଇଛି। ରୋଜଗାର ମେଳାରେ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ମୋଦି। ଏହି କାର୍ଯ୍ୟକ୍ରମରେ ଭିସି ଜରିଆରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେବା ସହ ୭୦ହଜାର ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।
ଅନ୍ୟପଟେ, ଭୁବନେଶ୍ୱର ରେଲୱେ ଅଡିଟୋରିୟମରେ ରୋଜଗାର ମେଳାରେ ଯୋଗଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି, ଯେ ଆଜି ଭାରତୀୟ ସଭ୍ୟତାର ମହାନତାକୁ ବିଶ୍ବ ମାନୁଛି। ଏବେ ଭାରତର ମୁହୂର୍ତ୍ତ ଆସିଛି, ସାରା ବିଶ୍ବ ଭାରତକୁ ଚାହିଁ ରହିଛି। ବିଦେଶର ରାଷ୍ଟ୍ର ମୁଖ୍ୟ ଭାରତକୁ ସହଯୋଗ ମାଗୁଛନ୍ତି।