ଅସହ୍ୟ ତାତିକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା, ଲୋକଙ୍କୁ ସଚେତନ ରହିବାକୁ ପରାମର୍ଶ
ଅସହ୍ୟ ତାତିକୁ ନେଇ ସମୀକ୍ଷା

ଓଏଲ୍ ବ୍ୟୁରୋ: ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ସାରା ଦେଶବାସୀ। ଅସହ୍ୟ ତାତି ଯେପରି ଲୋକଙ୍କୁ କ୍ଷତି ନ ପହଞ୍ଚାଏ, ସେଥିପାଇଁ ସତର୍କ ରହିବାକୁ ସରକାର ପୂର୍ବରୁ ସଚେତନ କରିଥିଲେ। ତାତି ବଢ଼ୁଥିବାରୁ ଏହାକୁ ନଜରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଯାଇଛି। ଖରାରୁ ମୁକ୍ତି ପାଇବା ଏବଂ ଅସହ୍ୟ ତାତିକୁ ନେଇ ସମୀକ୍ଷା କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଆଜି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳ ସହିତ ହୋଇଥିବା ଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏହି ବୈଠକରେ କହିଛନ୍ତି, ଅତ୍ୟଧିକ ତାପମାତ୍ରା ଯୋଗୁଁ ଏଯାଏଁ କୌଣସି ମୃତ୍ୟୁ ନାହିଁ। ତେବେ ଏହି ଅସହ୍ୟ ତାଟିକୁ ନେଇ ଲୋକଙ୍କୁ ସଚେତନ କରାଇବା ସହ ଭୟଙ୍କର ପ୍ରଭାବକୁ ହ୍ରାସ କରିବା ପାଇଁ ପ୍ରତିଷେଧକ ପ୍ରସ୍ତୁତି ନିଶ୍ଚିତ କରିବାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବାକୁ ରାଜ୍ୟମାନଙ୍କୁ ଅନୁରୋଧ କରାଯାଇଛି ବୋଲି ଆୟୋଜିତ ବୈଠକରେ କହିଛନ୍ତି।