Odisha Link
Bridging the Missing Links in Odisha

ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି, ଇଣ୍ଡିଗୋ ବିମାନର ଜରୁରୀ ଅବତରଣ

ଇଣ୍ଡିଗୋରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା

ଓଏଲ୍‌ ବ୍ୟୁରୋ: ଇଣ୍ଡିଗୋ ବିମାନକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଇଞ୍ଜିନର ଯାନ୍ତ୍ରିକ ତ୍ରୁଟି କାରଣରୁ ଦିଲ୍ଲୀ-ଡେରାଡୁନ୍ ଇଣ୍ଡିଗୋ ବିମାନ ଜରୁରୀ ଅବତରଣ କରିଛି।

ସୂଚନା ଅନୁସାରେ, ଗତ ଏପ୍ରିଲ ୪ ତାରିଖରେ ୧୩୭ ଜଣ ଯାତ୍ରୀ ନେଇ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନ ଜରୁରୀ କାଳୀନ ପରିସ୍ଥିତିରେ ଅବତରଣ କରିଥିଲା। ବାଙ୍ଗାଲୁରୁରୁ ବାରଣାସୀ ଯାଉଥିଲା ଇଣ୍ଡିଗୋ ବିମାନ। ତେବେ ଇଣ୍ଡିଗୋରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନାରୁ ମିଳିଥିଲା।

ଖବର ଅନୁସାରେ, ଇଣ୍ଡିଗୋ ବିମାନଟି ୧୩୭ଜଣ ଯାତ୍ରୀଙ୍କୁ ନେଇ ବାଙ୍ଗାଲୁରୁରୁ ବାରଣାସୀକୁ ଉଡାଣ ଭରିଥିଲା। ଅଧା ବାଟରେ ବିମାନରେ ଯାନ୍ତ୍ରୀକ ତ୍ରୁଟି ଦେଖା ଦେଇଥିଲା। ଗତ ଏପ୍ରିଲ ୪ ତାରିଖରେ ଯାହାକୁ ନେଇ ସକାଳ ପ୍ରାୟ ୬.୧୫ ମିନିଟରେ ପାଇଲଟ୍ ବିମାନକୁ ଏମରଜେନ୍ସି ଲ୍ୟାଣ୍ଡି କରିଥିଲେ। ଏମରଜେନ୍ସି ଲ୍ୟାଣ୍ଡି ଯୋଗୁଁ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ୧୩୭ ଜଣ ଯାତ୍ରୀ।

Leave A Reply

Your email address will not be published.