Odisha Link
Bridging the Missing Links in Odisha

ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ, ରାଜଧାନୀରେ ୯୦.୪ ମିଲିମିଟର ବର୍ଷା ରେକର୍ଡ

ଆଗାମୀ ଦୁଇଦିନ ମଧ୍ୟରେ ସାରା ଓଡ଼ିଶା ଅଗ୍ରସର ହେବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ବହିଲାଣି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏହା ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ଜାରି ରହିଛି। ବିଶେଷ କରି ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଭୁବନେଶ୍ୱରରେ ଆଜି ଦିନ ୨ଟା ୩୦ ସୁଦ୍ଧା ୯୦.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଦିନ ସାଢେ ୧୧ଟା ସୁଦ୍ଧା ୬୦ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା।

ଅନ୍ୟପଟେ, ରାଜ୍ୟକୁ ଅଗ୍ରସର ହେଲା ଦକ୍ଷିଣ ପଶ୍ଚିମ-ମୌସୁମୀ ବାୟୁ। ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମାଲକାନଗିରି ଜିଲ୍ଲାର ଅଧିକାଂଶ ଅଞ୍ଚଳ, କୋରାପୁଟ, ଏବଂ ଗଜପତି ଜିଲ୍ଲାର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ଆଗାମୀ ଦୁଇଦିନ ମଧ୍ୟରେ ସାରା ଓଡ଼ିଶା ଅଗ୍ରସର ହେବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଥିବା ପାଣିପାଗ ବିଭାଗ ପକ୍ଷରୁ କହାଯାଇଛି।

ଖବର ଅନୁସାରେ, ମୌସୁମୀ ଅଗ୍ରସର ପାଇଁ ପାଗ ସମ୍ପୂର୍ଣ ଅନୁକୂଳ ଥିବା ପାଣିପାଗ ବିଭାଗ ଏକ ପ୍ରକାର ସୂଚନା ଦେଇଥିଲା। ରାଜଧାନୀରେ କିଛି ସ୍ଥାନରେ ବର୍ଷା ହେଉଥିବାବେଳେ କିଛି ସ୍ଥାନରେ କୋହଲା ପାଗ ହୋଇଛି। ଯାହାକୁ ଦେଖି ମୌସୁମୀ ଆଗମନ ହେବ ବୋଲି କୁହାଯାଉଛି। ପ୍ରାକ ମୌସୁମୀ ପ୍ରଭାବରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି।

Leave A Reply

Your email address will not be published.