Odisha Link
Bridging the Missing Links in Odisha

ମୌସୁମୀ ବର୍ଷା ଆରମ୍ଭ: ଡେଙ୍ଗୁ ବ୍ୟାପିବାର ଆଶଙ୍କା, ଜାଣନ୍ତୁ କେମିତି ରହିବେ ସତର୍କ

ସାବଧାନତା ଅବଲମ୍ବନ କରିବା ଦ୍ୱାରା ମଶାବାହିତ ରୋଗରୁ ନିଜକୁ ସୁରକ୍ଷିତ ରଖିପାରିବେ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ମୌସୁମୀ କାରଣରୁ ରାଜ୍ୟର କିଛି ଜିଲ୍ଲାରେ ଲଗାଣ ବର୍ଷା ଲାଗିରହିଥିବାବେଳେ କିଛି ସ୍ଥାନରେ କୋହଲା ପାଗ ହୋଇଛି। ବର୍ଷା କାରଣରୁ ଚାଷ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ଏହା ସହ ଅସହ୍ୟ ତାତିରୁ ତ୍ରାହି ମିଳିଛି। ମୌସୁମୀ ବର୍ଷା ହେବା ପରେ ମଶା ବଂଶ ବୃଦ୍ଧି ପାଇବା ସ୍ୱାଭାବିକ ଓ ଏଥିଯୋଗୁଁ ଡେଙ୍ଗୁ ଏବଂ ମ୍ୟାଲେରିଆ ବ୍ୟାପିବାର ସମ୍ଭାବନା ମଧ୍ୟ ରହିଛି।

ଡେଙ୍ଗୁ ଏବଂ ମ୍ୟାଲେରିଆ ରକ୍ଷା ପାଇବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିମ୍ନଲିଖିତ ସାବଧାନତା ଅବଲମ୍ବନ କରିବାକୁ କୁହାଯାଇଛି। ଏହି ସବୁ ସାବଧାନତା ଅବଲମ୍ବନ କରିବା ଦ୍ୱାରା ମଶାବାହିତ ରୋଗରୁ ନିଜକୁ ସୁରକ୍ଷିତ ରଖିପାରିବେ।

Leave A Reply

Your email address will not be published.