Odisha Link
Bridging the Missing Links in Odisha

ରାଜ୍ୟରେ ଡେଙ୍ଗୁ ଭୟ, ରାଜଧାନୀରେ ଶହେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଗତ ୨ରୁ ୩ବର୍ଷ ଧରି ରାଜଧାନୀ ଓ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ୁଛି।

ଓଏଲ୍‌ ବ୍ୟୁରୋ: ବର୍ଷା ଆରମ୍ଭରୁ ମୁଣ୍ଡ ଟେକିଲାଣି ଡେଙ୍ଗୁ। ରାଜ୍ୟରେ ଧୀରେ ଧୀରେ ଡ଼େଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ କରାଯାଇଛି। ଚଳିତମାସ ୨ ତାରିଖ ସୁଦ୍ଧା ରାଜ୍ୟରେ ୧୧,୫୭୫ ନମୁନା ପରୀକ୍ଷା ହୋଇଛି। ତହିଁରୁ ୧୯୭ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିରେ ଖୋର୍ଧା ଜିଲ୍ଲାର ୧୦୫ ରୋଗୀ ରହିଛନ୍ତି। ଗତ ୨ରୁ ୩ବର୍ଷ ଧରି ରାଜଧାନୀ ଓ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ୁଛି।

ଡେଙ୍ଗୁ ଭୟ ବଢ଼ୁଥିବାରୁ ଏନେଇ ସତର୍କ କରାଇଲେ କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ। ଡେଙ୍ଗୁ ଛୋଟ ରୋଗ କିନ୍ତୁ ଅବହେଳା କଲେ ସାଙ୍ଘାତିକ ହୋଇପାରେ। ଡେଙ୍ଗୁ ସନ୍ଦେହରେ ପ୍ରତିଦିନ ୩୫-୪୦ଜଣଙ୍କ ପରୀକ୍ଷା ଚାଲିଛି। କ୍ୟାପିଟାଲ ହସ୍ପିଟାଲରେ ୭ ରୋଗୀ ଚିକିତ୍ସିତ ହେଉଛନ୍ତି। ରୋଗୀଙ୍କ ସଂଖ୍ୟା ବଢ଼ିଲେ ବେଡ୍ ସଂଖ୍ୟା ବଢ଼ାଯିବ ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ କହିଛନ୍ତି। ତେବେ ଏହାର ମୁକାବିଲା ନେଇ ବିଏମସି ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଛି। ରାଜଧାନୀର ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ ଜାରି ରହିଛି। ଏହା ସହ ଡେଙ୍ଗୁକୁ ନେଇ ଆଗୁଆ ସତର୍କ ରହିବା ପାଇଁ ଆଲର୍ଟ କରାଯାଇଛି।

Leave A Reply

Your email address will not be published.