Odisha Link
Bridging the Missing Links in Odisha

ସଚିନଙ୍କୁ ବାହାହେବେ ବୋଲି ସମ୍ପତ୍ତି ବିକି ଭାରତ ଆସିଲେ ପାକିସ୍ତାନୀ ମହିଳା

ଅଚାନକ ଏ ଘଟଣା ପୁଲିସ ନଜରକୁ ଆସିଯାଇଥିଲା

ଓଏଲ୍‌ ବ୍ୟୁରୋ: ସତରେ ପ୍ରେମର କୌଣସି ନିର୍ଦ୍ଧିଷ୍ଟ ସଂଜ୍ଞା ବୋଧେ ନଥାଏ। ପ୍ରେମ ଯେ ଚିରଶାଶ୍ୱତ ଆଉ ଚିରନ୍ତନ। ଏଭଳି ଅନେକ ସଂଜ୍ଞା ପ୍ରେମୀଯୁଗଳଙ୍କ ପାଖରୁ ଶୁଣିବାକୁ ମିଳେ। ବର୍ତମାନ ପ୍ରେମର ଖାଲି ସଂଜ୍ଞା ନୁହେଁ ବରଂ ପ୍ରେମକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଯାହା ବୋଧେ ଅତ୍ୟନ୍ତ ଆଶ୍ଚର୍ଯ୍ୟକର ଘଟଣା। ଜଣେ ପାକିସ୍ତାନୀ ମହିଳା ତାଙ୍କ ପ୍ରେମକୁ ପାଇବା ପାଇଁ ନିଜ ଦେଶ ଛାଡି ଚାଲିଆସିଛନ୍ତି।

ଖବର ଅନୁସାରେ, ପାକିସ୍ତାନର ଜଣେ ସୀମା ହାଇଦର ନାମକ ୨୭ ବର୍ଷୀୟ ମହିଳା ଯିଏକି ଜଣେ ୨୨ ବର୍ଷୀୟ ଯୁବକ ଯାହାର ନାମ ସଚିନ ତାଙ୍କ ପ୍ରେମରେ ପଡ଼ିଥିଲେ। ଯୁବକ ଜଣକ ନୋଏଡା ସ୍ତିତ ରାବୁପୁରା ଠାରେ ଏକ ତେଜରାତି ଦୋକାନରେ କାମ କରନ୍ତି। ପାକିସ୍ତାନର ସୀମା ସଚୀନଙ୍କ ପ୍ରେମରେ ପଡିବା ପରେ ନିଜ ୪ ପିଲାଙ୍କୁ ସାଙ୍ଗରେ ନେଇ କରାଚୀରୁ ଆସି ଦୁବାଇରୁ ଏକ ବିମାନ ଯୋଗେ କାଠମାଣ୍ଡୁରେ ପହଂଚିଥିଲେ। ପରେ ନେପାଳରୁ ପୋଖରା ଅଭିମୁଖେ ବେଆଇନ ଭାବେ ଅନୁପ୍ରବେଶ କରିଥିବା ଖବର ସାମ୍ନାକୁ ଆସିଛି। ଦୁହେଁ ପରସ୍ପରକୁ ବିବାହ କରିବାକୁ ମନସ୍ତ କରିଥିଲେ, ହେଲେ ଅଚାନକ ଏ ଘଟଣା ପୁଲିସ ନଜରକୁ ଆସିଯାଇଥିଲା।

ପୁଲିସ ନଜରକୁ ଆସିବା ପରେ ସୀମା ହାଇଦର ପୁଲିସକୁ ସୂଚନା ଦେଇଥିଲେ ଯେ, ୨୦୨୦ ମସିହାରେ ଯେତେବେଳେ କରୋନା ମହାମାରୀ ବିଶ୍ୱବ୍ୟାପି ହୋଇଥିଲା ସେତେବେଳେ ପାକିସ୍ତାନର ସୀମା ଏବଂ ନୋଇଡାର ସଚୀନ ଦୁଇଜଣ ପରସ୍ପରକୁ ମୋବାଇଲ ଗେମ ପବଜି ମାଧ୍ୟମରେ ପରସ୍ପରକୁ ଭେଟିଥିଲେ। ସ୍ୱାମୀଙ୍କ ବର୍ବରତା ଶିକାର ହେବା ପରେ ସେଥିରୁ ମୁକୁଳିବା ପାଇଁ ସେ ଏହି ମୋବାଇଲ ଗେମ ପବଜିର ସାହାରା ନେଇଥିଲେ।

ସେ ସମୟରେ ପବଜି ଖାଲି ତାଙ୍କ ପାଇଁ ସାହାରା ହୋଇନଥିଲା ବରଂ ଆଉ ଏକ ନୂଆ ମୋଡ଼ ଆଣିଦେଇଥିଲା। ଯିଏ ହେଉଛନ୍ତି ସଚୀନ। ପ୍ରଥମେ ସାଙ୍ଗ ପରେ ପ୍ରେମ ଆଉ ପ୍ରେମ ପାଇଁ ଦେଶ ଛାଡ଼ି ଭାରତ ଚାଲିଆସିଲେ ସୀମା ହାଇଦର। ସଚିନଙ୍କୁ ବାହାହେବେ ବୋଲି ପାକିସ୍ତାନର ସମ୍ପତ୍ତି ବିକି ପରେ ସେମାନେ ଦୁହେଁ ନୋଏଡା ସ୍ତିତ ଏକ ଭଡ଼ାଘରେ ବସବାସ କରୁଥିଲେ। ଦୁହେଁ ପରସ୍ପରକୁ ବିବାହ କରିବାକୁ ମନସ୍ତ କରିଥିବା ପାକିସ୍ତାନର ସୀମା ହାଇଦର କହିଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply

Your email address will not be published.