Odisha Link
Bridging the Missing Links in Odisha

୫-ଟି ସଚିବଙ୍କ କାରକେଡ୍‌କୁ ଅଣ୍ଡାମାଡ଼

ଆମ୍‌ ଆଦମୀ ପାର୍ଟିର କର୍ମମର୍ତ୍ତାମାନେ ଫାଇଭ-ଟି ସଚିବଙ୍କ ଗସ୍ତକୁ ବିରୋଧ

ଓଏଲ୍‌ ବ୍ୟୁରୋ: ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ୫-ଟି ସଚିବ ଭି କାର୍ତ୍ତିକେୟନ୍‌ ପାଣ୍ଡିଆନ୍। ପ୍ରଥମେ ପାତାଳୀ ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ପାଣ୍ଡିଆନ୍। ଏହାସହ ମନ୍ଦିରର ଉନ୍ନତିକରଣ ନେଇ ମନ୍ଦିର କମିଟି ସହ ଆଲୋଚନା କରିଥିଲେ। ତେବେ ଏସବୁ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୫-ଟି ସଚିବଙ୍କ ଭିକେ ପାଣ୍ଡିଆନ୍‌ଙ୍କ କାର୍‌କେଡକୁ ଅଣ୍ଡାମାଡ଼ କରାଯାଇଛି।

ମିଳିଥିବା ସୂଚନା ମୁତାବକ, କୋଟ ସମଲେଇ-ଉଲୁଣ୍ଡା ରାସ୍ତାରେ ଆମ୍‌ ଆଦମୀ ପାର୍ଟି ପକ୍ଷରୁ ଅଣ୍ଡାମାଡ଼ କରାଯାଇଥିବା ଜଣାପଡ଼ିଛି। ପ୍ରଥମେ ଆମ୍‌ ଆଦମୀ ପାର୍ଟିର କର୍ମମର୍ତ୍ତାମାନେ ଫାଇଭ-ଟି ସଚିବଙ୍କ ଗସ୍ତକୁ ବିରୋଧ କରିଥିଲେ। ପରେ ତାଙ୍କ କାର୍‌କେଡ୍‌ ଉପରକୁ ଅଣ୍ଡାମାଡ଼ କରିଥିଲେ।

ଏହାପରେ ଉଲୁଣ୍ଡା ଯାଇ ଲୋକଙ୍କ ସହ ଆଲୋଚନା କରିଛନ୍ତି ୫ଟି ସଚିବ। ଲୋକଙ୍କ ଦାବି ଶୁଣିବା ସହ ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ଦେଇଛନ୍ତି ୫ଟି ସଚିବ। ପରେ ବିନିକା ଓ ଡୁଙ୍ଗୁରିପାଲି ବ୍ଲକର ବିଭିନ୍ନ ସ୍ଥାନକୁ ଯିବେ ୫ଟି ସଚିବ ଭିକେ ପାଣ୍ଡିଆନ।

Leave A Reply

Your email address will not be published.