Odisha Link
Bridging the Missing Links in Odisha

ବଢିଲା ଏଲ୍‌ପିଜି ଗ୍ୟାସ୍‌ ଦର

ଘରୋଇ ଏଲ୍‌ପିଜି ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ

ଓଏଲ୍‌ ବ୍ୟୁରୋ: ଜୁଲାଇ ଆରମ୍ଭରୁ ବଢିଲା କମର୍ସିଆଲ ଗ୍ୟାସ ଦର। କମର୍ସିଆଲ ଗ୍ୟାସ ଦର ୭ ଟଙ୍କା ବୃଦ୍ଧି ହୋଇଛି। ଦେଶର ପେଟ୍ରୋଲିୟମ କମ୍ପାନୀ ମାସ ଆରମ୍ଭରୁ ଏଲ୍‌ପିଜି ସିଲିଣ୍ଡରର ନୂଆ ଦର ଲାଗୁ କରିଛନ୍ତି। ତେବେ ସବୁଠୁ ବଡ଼କଥା ହେଲା ଘରୋଇ ଏଲ୍‌ପିଜି ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ।

ଦିଲ୍ଲୀରେ କମର୍ସିଆଲ ଏଲପିଜି ଦର ୧୭୭୩ ଟଙ୍କାରୁ ବଢି ୧୭୮୦ରେ ପହଞ୍ଚିଛି। ସେହିପରି କୋଲକାତାରେ ସିଲିଣ୍ଡର ଦାମ୍ ୧୮୮୨.୫୦ ଟଙ୍କା ହୋଇଛି, ଯାହା ପୂର୍ବରୁ ୧୮୭୫.୫୦ ଟଙ୍କା ଥିଲା। ମୁମ୍ବାଇରେ ୧୭୩୨ ଟଙ୍କାରେ ପହଞ୍ଚିଛି, ପୂର୍ବରୁ ୧୭୨୫ ଟଙ୍କା ଥିଲା। ଚେନ୍ନାଇରେ ୧୯୩୭ଟଙ୍କାରୁ ବୃଦ୍ଧି ପାଇ ୧୯୪୪ ଟଙ୍କା ହୋଇଛି। ଏହାପୂର୍ବରୁ ଜୁନ ମାସରେ କମର୍ସିଆଲ ଏଲପିଜି ଗ୍ୟାସ ଦରରେ ୮୩ ଟଙ୍କା ହ୍ରାସ ପାଇଥିଲା। ହେଲେ ପୁଣିଥରେ ଏହା ପରିବର୍ତନ କରାଯାଇଅଛି।

Leave A Reply

Your email address will not be published.