Odisha Link
Bridging the Missing Links in Odisha

ଆନ୍ଧ୍ର ଉପକୂଳରେ ଘୁର୍ଣ୍ଣିବଳୟ ସକ୍ରିୟ! ରାଜ୍ୟରେ କମୁଛି ବର୍ଷାର ପରିମାଣ

ଯାହା ସ୍ୱାଭାବିକ ବର୍ଷା ୨୩୫.୯ ମିମି ତୁଳନାରେ ୪୧ ପ୍ରତିଶତ ଅଧିକ

ଓଏଲ୍‌ ବ୍ୟୁରୋ: ଜୁଲାଇ ଆରମ୍ଭରୁ କମିଛି ବର୍ଷାର ପରିମାଣ। ଚଳିତ ମୌସୁମୀ ଋତୁରେ ରାଜ୍ୟରେ ୧ଜୁନରୁ ୪ ଜୁଲାଇ ୨୦୨୩ ମଧ୍ୟରେ ୧୭୧.୭ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ୨୪୭.୪ ମିମି ତୁଳନାରେ ୩୧ ପ୍ରତିଶତ କମ ରହିଛି। ସେହିପରି ଚଳିତ ମୌସୁମୀ ଋତୁରେ ଆଜି ସୁଦ୍ଧା ଦେବଗଡ ଜିଲ୍ଲାରେ ସର୍ବାଧିକ ବର୍ଷା ୩୩୧.୮ ମିମି ବର୍ଷା ରେକର୍ଡ ହୋଇଛି। ଯାହା ସ୍ୱାଭାବିକ ବର୍ଷା ୨୩୫.୯ ମିମି ତୁଳନାରେ ୪୧ ପ୍ରତିଶତ ଅଧିକ।

ରାୟଗଡା ଜିଲ୍ଲାରେ ସର୍ବନିମ୍ନ ୫୬.୭ ମିମି ବର୍ଷା ରେକର୍ଡ ହୋଇଛି ଯାହା ସ୍ୱାଭାବିକ ବର୍ଷା ୨୧୩.୯ ମିମି ତୁଳନାରେ ୭୩ ପ୍ରତିଶତ କମ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହା ସହ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଆନ୍ଧ୍ର ଉପକୂଳରେ ବାୟୁମଣ୍ଡଳର ୧.୫ କିମି ରୁ ୭.୬ କିମି ମଧ୍ୟର ଘୁର୍ଣ୍ଣିବଳୟ ସକ୍ରିୟ ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.